
ଧରାକୋଟ,୨୪/୦୧(ଜିଲ୍ଲା ଖବର) : ଧରାକୋଟ ବ୍ଲକର ଆଦିବାସୀ ଅଧ୍ୟୁଷିତ ସାବା ପଞ୍ଚାୟତର ଶତାଧିକ ଲୋକ ଆଜି ସମିତି ସଭ୍ୟ ପ୍ରତିନିଧି ମନୋଜ କୁମାର ପାତ୍ରଙ୍କ ଉପସ୍ଥିତି ରେ ପଞ୍ଚାୟତର ସର୍ବ ନିମ୍ନ ମୌଳିକ ସମସ୍ୟାର ସମାଧାନ ପାଇଁ ବି ଡି ଓ ଡେନିସ ବେହେରାଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ର ସମାଧାନ ସହ ଧାନ ବିକ୍ରି ପାଇଁ ଟାରଗେଟ ଦେବା,ସେବା ସମବାୟ ସମିତି ମାଧ୍ୟମରେ ସାର ଓ ବିହନ ଯୋଗାଇବା,ପ୍ୟାନେଲ ଲିଷ୍ଟ ରୁ ବାଦ ପଡ଼ିଥିବା ଯୋଗ୍ୟ ବ୍ୟକ୍ତି ଙ୍କୁ ଆବାସ ଯୋଜନାରେ ସାମିଲ କରିବା,ସମସ୍ତ ଗ୍ରାମରେ ବିଜୁଳି ଆଲୋକର ସୁବିଧା ଓ ରାସ୍ତାଘାଟ ନିର୍ମାଣ ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ। ସାବା ପଞ୍ଚାୟତର କୁଟୁନୀଗଣ୍ଡା,ପିଲି ପଦର, ନାକତିରି ,ଝିଲିମିଲି ପ୍ରଭୃତି ଗ୍ରାମରେ ଏ ପର୍ଯ୍ୟନ୍ତ ନିତିଦିନିଆ ରାସ୍ତା ନଥିବା ବେଳେ ଜୟସିଂହ,ସିକୁଲିବସା, ଶାଗକିଆରୀ,ହିଞ୍ଜଳ ବସା ପ୍ରଭୃତି ଗ୍ରାମରେ ବିଜୁଳି ଆଲୋକର ବ୍ୟବସ୍ଥା ନାହିଁ । ଏହି ସବୁ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ବି ଡି ଓ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।



