କୁରାଳ ସମାଜର ବାର୍ଷିକ ଉତ୍ସବ

45


ଧରାକୋଟ,୨୪/୦୧ : ଧରାକୋଟ ତାଲୁକା କୁରାଳ ବା କୁମ୍ଭାର ସମାଜର ଅଷ୍ଟମ ବାର୍ଷିକ ଉତ୍ସବ ନରେନ୍ଦ୍ର ପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ତାଲୁକା ସଭାପତି ଅଧ୍ୟାପକ ଲଡୁ କିଶୋର ବେହେରା ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ବୈଠକ ରେ ଗଞ୍ଜାମ ଜିଲ୍ଲାର ଘୁମୁସର,ସୋରଡ଼ା,ବଡଗଡ,ଶେରଗଡ଼,ପୂର୍ବ ଖଣ୍ଡ, ଗୋଛା ପ୍ରଭୃତି ତାଲୁକା ର କର୍ମକର୍ତ୍ତା ଯୋଗଦେଇ କୁମ୍ଭାର ସମାଜର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । ଉପସ୍ଥିତ କର୍ମକର୍ତ୍ତା ମାନେ ନାରିଶିକ୍ଷ୍ୟା,ନାରୀ ସସସ୍ତି କରଣ, ବାଲ୍ୟ ବିବାହ ରୋକିବା ଓ ଯୌତୁକ ପ୍ରଥା ବନ୍ଦ କରିବା ଉପରେ ଆଲୋଚନା କରିଥିଲେ। ବୃଦ୍ଧ ବାପା ଓ ମାଆଙ୍କ ସେବା ପୁଅ ଓ ବୋହୁ ସୂଚାରୁ ରୁପେ ପାଳନ କରିବା ପାଇଁ ମତ ଉପସ୍ଥାପନ ହୋଇଥିଲା । ଉଛବରେ ଶିକ୍ଷକ ଶଙ୍କର ବେହେରା,ଅଶୋକ ବେହେରା,କେଦାର ବେହେରା,ରାମଚନ୍ଦ୍ର ବେହେରା ଓ ପଞ୍ଚାନନ ବେହେରା ଯୋଗଦାନ କରିଥିବା ବେଳେ ନରେନ୍ଦ୍ର ପୁର ଗ୍ରାମବାସୀ ସହଯୋଗ ପ୍ରଦାନ କରିଥିଲେ। ଏହି ଅବସରରେ ମାଟ୍ରିକ,ଯୁକ୍ତ ଦୁଇ ଓ ଯୁକ୍ତ ତିନି ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷକ ଜିତେନ୍ଦ୍ର ବେହେରା ଉତ୍ସବରେ ସଂଯୋଜନା କରିଥିଲେ।