ସାହାରପଡା ବ୍ଲକ ରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କ ବୁଥ କାର୍ଯ୍ୟକର୍ତ୍ତା ସମ୍ମିଳନୀ

22

କେନ୍ଦୁଝର ,୨୦/୦୧ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଅର୍ଜୁନ ମୁଣ୍ଡା ଶୁକ୍ରବାର ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ ମହ୍ଲାରପଦା ପଞ୍ଚାୟତର ବୁଥ କମିଟି ସଦସ୍ୟଙ୍କ ସହିତ ଏକ ବୈଠକରେ ଯୋଗ ଦେଇଛନ୍ତି । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ବୁଥ ଗୁଡିକୁ ଶକ୍ତିଶାଳୀ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଭିମୁଖୀ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଗୁରୁତ୍ବ ଦେବାକୁ ଉଦବୋଧନ ଦେଇଥିଲେ । କେନ୍ଦୁଝର ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ, କେନ୍ଦୁଝର ଲୋକସଭା ସଂଯୋଜକ ଶୁକଦେବ ମହାନ୍ତ, ପ୍ରଭାରୀ ସଂଜୀବ ମହାନ୍ତି, ପାଟଣା ପ୍ରଭାରୀ କୃପାସିନ୍ଧୁ ମହାନ୍ତ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ,ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ହେମରଞ୍ଜନ ବାରିକ, ପାଟଣା ସଂଯୋଜକ ସୁଦର୍ଶନ ମହାନ୍ତ, ମଣ୍ଡଳ ସଭାପତି ନରହରି ମହାନ୍ତ, ମହ୍ଲାରପଦା ସରପଞ୍ଚ ପାର୍ବତୀ ଗାଗରାଇ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଶତାଧିକ ବିଜେପି କାର୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ । ପରେ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ମୁଣ୍ଡା ସାହାରପଡ଼ା ର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରକୁ ଯାଇ ସେଠାରେ ବିଚାର ପରିଷଦର ସଦସ୍ୟା ମାନଙ୍କ ସହ ଆଲୋଚନା କରିଛନ୍ତି ।