ଶାନ୍ତି ଶକ୍ତି ଭଵନରେ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ

35

ଆସିକା,୧୮/୦୧ : ଆଜି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭଵନରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସଂସ୍ଥାପକ ପ୍ରଜାପିତା ବ୍ରହ୍ମା ବାବାଙ୍କ ୫୪ତମ ଅବ୍ୟକ୍ତ ସ୍ମୃତି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି କ୍ଷ ଏହି ଅବସରରେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ, ପ୍ରଜାପିତା ବ୍ରହ୍ମାବାବାଙ୍କ ତ୍ୟାଗ ତପସ୍ୟା ଦ୍ଵାରା ବିଶ୍ଵରେ ଆଧ୍ୟାତ୍ମିକ କ୍ରାନ୍ତି ଆଣିବାରେ ବିଶ୍ଵ ବିଦ୍ୟାଳୟର ରାଜଯୋଗ ଶିକ୍ଷା ବିଶ୍ଵ ଆଦୃତ ହୋଇପାରିଥିବା ତଥା ବିଶ୍ଵର କୋଟି କୋଟି ଜନତାଙ୍କୁ ସକାରାତ୍ମକ ଜୀବନଶୈଳୀ ର ଶିକ୍ଷା ଦେଉଛି ବୋଲି ବର୍ଣନା କରିଥିଲେ କ୍ଷ କାର୍ୟ୍ୟକ୍ରମର ମୁଖ୍ୟ ଅତିଥି ଆସିକାର ପ୍ରାକ୍ତନ ବିଧାୟକ ଦେବରାଜ ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିବା ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ ଓ ସାମ୍ବାଦିକ ଗିରୀଶ ତ୍ରିପାଠୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ବିବିଧ କାର୍ୟ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ କ୍ଷ କାର୍ୟ୍ୟକ୍ରମ ଶେଷରେ ସମସ୍ତ ଅତିଥି ବ୍ରହ୍ମାବାବାଙ୍କ ଶାନ୍ତି ସ୍ତମ୍ଭ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ କ୍ଷ କାର୍ୟ୍ୟକ୍ରମରେ ପ୍ରଫୁଲ୍ଲ ବିଷୋୟୀ , ରବି ପୋଲେଇ, ସୁବାସ ସାହୁ ତଥା ଶତାଧିକ ଭଉଣୀ ଭାଇ ବ୍ରହ୍ମକ୍ଷବାବାଙ୍କ ଶାନ୍ତି ସ୍ତମ୍ଭରେ ଶ୍ରଦ୍ଧକ୍ଷ ସୁମନ ଅର୍ପଣ କରିଥିଲେ କ୍ଷ ବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ୟ୍ୟକ୍ରମ ସଂଯୋଜନା କରିଥିବାବେଳେ ବ୍ରହ୍ମାକୁମାରୀ ସୁଜ୍ଞାନୀ,ଭାଗ୍ୟ,ସବିତା, ଆଶା ନୀଳିମା, ଆସୀନା, ସୁମିତ୍ରା, ସୁମତୀ, କସ୍ତୁରୀ, ଲୀଲି ଓ ବ୍ରହ୍ମାକୁମାର ବୁଲୁ, ବସନ୍ତ,ପଞ୍ଚାୟତ୍ରି, ନିରଞ୍ଜନ, ନୀଳାଞ୍ଚଳ,ଦୀପକ, ରବିନ୍ଦ୍ର, ଯୋଗୀ, କାହ୍ନୁ, ଲୋଚନ, ରାଧାଶ୍ୟାମ, ମଙ୍ଗୁଲୁ, ଘନଶ୍ୟାମ, ବଳରାମ ଓ ଚରଣ ଆଦି ସହଯୋଗ କରିଥିଲେ କ୍ଷ କାର୍ୟ୍ୟକ୍ରମରେ ଆସ୍କା, କବିସୂର୍ୟ୍ୟନଗର, ଧରାକୋଟ,ପାଟପୁର, ଗହଙ୍ଗୁ, ପିତ୍ତଳ, ହାତୀଓଟ, ବକ୍ଷଲି ସିରା, କେନ୍ଦୁପଦର, ନୁଆଗାଁ, ଭେଟ
ନୋଇ, ଭେଜପୁଟ, ଆମ୍ବପୁଅ ଆଦି ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶତାଧିକ ଭଉଣୀ ଭାଇ ଯୋଗ ଦେଇଥିଲେ |