
ଧରାକୋଟ,୧୮/୦୧: ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଦୀର୍ଘ ଆଠ ଦିନ ଧରି ଚାଲିଥିବା ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ତହସିଲଦାର କବିରାଜ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଅଧ୍ୟକ୍ଷ ଅକ୍ଷୟ ପଟନାୟକ ସଭାପତିତ୍ବ କରିଥିଲେ। ଅଧ୍ୟାପିକା ଖୀରାବ୍ଦି କାର୍ୟ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଲଡୁ କିଶୋର ବେହେରା, ବଳରାମ ସ୍ୱାଇଁ, ରାଜଶ୍ରୀ ବେହେରା, ପୂର୍ଣ୍ଣ ଚନ୍ଦ୍ର ଦାସ, ଗୋପାଳ କୃଷ୍ଣ ପଣ୍ଡା ଓ ସନ୍ଦୀପ ପଟ୍ଟନାୟକ ଉପସ୍ଥିତ ରହିଥିଲେ। ଶିବିରରେ ୧୦୬ ଜଣ ଛାତ୍ରୀ ଯୋଗଦେଇଥିବା ବେଳେ ଜସ୍ମିତା ଦଳବେହେରା ଓ ଜ୍ୟୋତି ନାୟକ ମାଷ୍ଟର ଟ୍ରେନର ଭାବେ ଦାୟିତ୍ଵ ସମ୍ପନ୍ନ କରିଥିଲେ । ନାରୀ ଶିକ୍ଷା ଓ ଆତ୍ମ ସୁରକ୍ଷା ସହ ଆତ୍ମ ନିର୍ଭରସିଳତା ଉପରେ ଅତିଥି ମାନେ ମତ ରଖିଥିଲେ। କାର୍ୟ୍ୟକ୍ରମର ସଫଳତା ପାଇଁ ରାଜ୍ୟ ସରକାରଙ୍କୁ ସମସ୍ତ କର୍ମଚାରୀ , ଛାତ୍ର ଛାତ୍ରୀ ମାନେ କୃତଜ୍ଞତା ଜଣାଇଥିଲେ ।



