
(ଆତ୍ମ ସୁରକ୍ଷା ନାରୀ ସଶକ୍ତିକରଣର ଏକ ଅବିଚ୍ଛେଦ୍ୟ ଅଙ୍ଗ)
ଆସିକା ତା ୧୮/୧ : ଶିକ୍ଷା ବିଭାଗ, ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସପ୍ତାହିକ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣ ଶିବିରକୁ କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ପୌରହିତ୍ୟ କରିଥିଲେ।ମଞ୍ଚାସୀନ ଅତିଥିଙ୍କୁ ଛାତ୍ରୀଙ୍କ ଦ୍ବାରା ପୁଷ୍ପଗୁଚ୍ଛ ପ୍ରଦାନ କରାଯାଅଥିଲା। ତତ୍ପଶ୍ଚାତ୍ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ କରାଯାଇଥିଲା। ଅଧ୍ୟକ୍ଷ ଡ. ତ୍ରିପାଠୀ ନିଜର ଅଧ୍ୟକ୍ଷ ଭାଷଣ ରେ ଛାତ୍ରୀ ମାନଙ୍କ ପାଇଁ ଆତ୍ମସୁରକ୍ଷାର ପ୍ରଶିକ୍ଷଣ ଏକାନ୍ତ ଆବଶ୍ୟକ ବୋଲି ନିର୍ଦ୍ଦେଶ ଦେଇଥିଲେ ଏବଂ ସରକାରଙ୍କ ଉକ୍ତ ଯୋଜନାକୁ ସାଧୁବାଦ ଜଣାଇଥିଲେ। ଅଧ୍ୟାପିକା ସୁଶ୍ରୀ ମିନତି ବେହେରା ମଞ୍ଚାସୀନ ଅତିଥିମାନଙ୍କୁ ସ୍ବାଗତ କରିଥିଲେ ଏବଂ ଅଧ୍ୟାପିକା ସୁଶ୍ରୀ ସାପା ରଂଜିତାରାଣୀ ଉକ୍ତ ପ୍ରଶିକ୍ଷଣ ଶିବିରକୁ ସଂଯୋଜନା ତଥା ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ କଲେଜ ପରିଚାଳନା କମିଟିର ସଭାପତି ଡ. ପ୍ରସନ୍ନ କୁମାର ପ୍ରଧାନ ତଥା ମୁଖ୍ୟ ବକ୍ତା ରୂପେ ଓଡିଆ ବିଭାଗ ମୁଖ୍ୟ ଡ. ସ୍ମିତାରାଣୀ ପଣ୍ଡା ଉପସ୍ଥିତ ଥିଲେ। ତତ୍କାଳୀନ ସଭ୍ୟ ସମାଜରେ ନାରୀମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ତଥା ଯୌନ ଉତ୍ପୀଡନର ସଠିକ୍ ମୁକାବିଲା କରିବା ପାଇଁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଏକାନ୍ତ ଆବଶ୍ୟକ ଏବଂ ବର୍ତ୍ତମାନ ଯୁଗରେ ଆତ୍ମ ସୁରକ୍ଷା ଦକ୍ଷତାକୁ ନାରୀ ସଶକ୍ତିକରଣର ଏକ ଅଭିଚ୍ଛେଦ୍ୟ ଅଙ୍ଗ ବୋଲି ପ୍ରାୟ ସମସ୍ତ ଅତିଥି ନିଜ ନିଜର ଅଭିଭାଷଣ ରଖିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିର ଏକ ସପ୍ତାହ ପର୍ଯ୍ୟନ୍ତ ଚାଲିବ ଏବଂ ଏଥିରେ ମାଷ୍ଟର ଟ୍ରେନରମାନଙ୍କ ଦ୍ବାରା ବିଭିନ୍ନ ପ୍ରକାରର ଆତ୍ମସୁରକ୍ଷା କୌଶଳ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଛାତ୍ରୀମାନେ ଅସାମାଜିକ ବ୍ୟକ୍ତିଙ୍କ ଠାରୁ ନିଜକୁ ସୁରକ୍ଷା ଦେଇପାରିବେ। ଅଧ୍ୟାପିକା ଜିନିତ୍ ସବା ଉକ୍ତ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ସହଯୋଗ କରିଥିଲେ। କଲେଜର ପ୍ରଶାସନିକ ଅଧିକାରୀ କେଦାର ନାଥ ପଣ୍ଡା, ପିଇଟି ସନ୍ତୋଷ କୁମାର ପ୍ରଧାନ ଏବଂ ସମସ୍ତ ଅଧ୍ୟାପିକା ତଥା ଯୁକ୍ତ ଦୁଇର ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ। ପରିଶେଷରେ ଅଧ୍ୟାପିକା ସେଲ୍ କୁମାରୀ ଝା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



