ବେଲଗୁଣ୍ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ

64

ବେଲଗୁଣ୍ଠା-୧୬/୧-ବେଲଗୁଣ୍ଠା ସହର ସ୍ଥିତ ସାଇ ଆଇଟିଆଇ ପରିସରରେ ଭଞ୍ଜନଗର ରୋଟାରୀ କ୍ଳବ୍ ତରଫରୁ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ରୋଟାରୀ କ୍ଳବ୍ ସଭାପତି ମଧୂସୁଦନ ମହାପାତ୍ର ସଭାପତିତ୍ବ କରିଥିଲାବେଳେ ଭଞ୍ଜନଗର ଆର୍.ଟି.ଓ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଶ୍ରିନିବାସ ସୁବୁଦ୍ଧି,
ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ ସମ୍ମାନୀତ ଅତିଥି ଭାବେ ଭଞ୍ଜନଗର ଯାନବାହନ ତଦନ୍ତ ଅଧିକାରୀ ଭାଗିରଥୀ ନାୟକ,ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ ସମ୍ମାନନୀୟ ଅତିଥି ଭାବେ ମଞ୍ଚାସୀନ ଥିଲେ ।ସଡକ ସୁରକ୍ଷା ସଚେତନତା ଅଭିଯାନ ଅବସରରେ ଅତିଥି ମାନେ ମତପ୍ରକାଶ କରିଥିଲେ ।ବିନା ଲାଇସେନ୍ସରେ ଗାଡ଼ି ନ ଚଳାଇବା, ନିଶାଦ୍ରବ୍ୟ ସେବନ କରି ଗାଡ଼ି ନ ଚଳାଇବା,ନାଲି ବତି ମାନି ଚଳିବା, ଟ୍ରାଫିକ ନିୟମ ମାନିବାକୁ ଦୃଷ୍ଟି ଦେବା ସହିତ ଅନ୍ୟ ମାନଙ୍କୁ ସଚେତନ କରାଇବା ପାଇଁ ଉପସ୍ଥିତ ଅତିଥିମାନେ ଗୁରୁତ୍ୱ ଦେଇଥିଲେ । ସଡକ ସୁରକ୍ଷା ନିୟମ ଅମାନ୍ୟ କଲେ ବିଭିନ୍ନ ପ୍ରକାର ଦଣ୍ଡ ବିଧାନ ରହିଛି ସେଥିପ୍ରତି ସଚେତନ ହେବାକୁ ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ଅବଗତ କରାଇଥିଲେ ।
ଏହା ସହିତ ପ୍ରଥମ ଥର ପାଇଁ ଓଡ଼ିଶା ସରକାରଙ୍କ ଦ୍ଵାରା ରକ୍ଷକ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଭାଷାରେ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା Iକାର୍ଯ୍ୟକ୍ରମ ପରେ ସାଇ ଆଇଟିଆଇ ରେ ଛାତ୍ରଛାତ୍ରୀ ମାନେ ବେଲଗୁଣ୍ଠା ସହର ପରିକ୍ରମା କରି ବିଭିନ୍ନ ଉପାୟରେ ସ୍ଥାନୀୟ ଲୋକ ମାନଙ୍କୁ ସଚେତନ କରାଇ ସଡ଼କ ସୁରକ୍ଷା ନିମିତ୍ତ ସ୍ଲୋଗାନ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଭି.ଦେବୀ ପ୍ରସାଦ ପାତ୍ର, ପ୍ରଶାନ୍ତ କୁମାର ସାହୁ,ସନ୍ନତ କୁମାର ସୁବୁଦ୍ଧି, ଶ୍ରୀରାମପ୍ରସାଦ ପାଳ,ପବିତ୍ର ମୋହନ ପ୍ରଧାନ, ରବୀନ୍ଦ୍ରନାଥ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ସାଇ ଆଇଟିଆଇ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।