
ଧରାକୋଟ,୧୫/୦୧(ଜିଲ୍ଲା ଖବର) : ମୁଣ୍ଡମରାଇ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବନବିହାର କାର୍ଯ୍ୟକ୍ରମ ଧରାକୋଟ ନିକଟସ୍ଥ ଶାନ୍ତିଝର ପୀଠ ରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ନିତ୍ୟାନନ୍ଦ ସାହୁ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗଣେଶ ଗୁରୁଜୀ ଏହାର ସଂଯୋଜନା କରିଥିଲେ। କୃଷିବିତ୍ ରାମକୃଷ୍ଣ ସାହୁ ସଭାପତିତ୍ବ କରିଥିଲାବେଳେ ସମ୍ପାଦକ ଚିଦାନନ୍ଦ ପାତ୍ର ଗୁରୁ ପୂଜନ,ସଂସ୍କାର,ଚରିତ୍ର ଗଠନ ଉପରେ ମତ ରଖିଥିଲେ। କୋଷାଧ୍ୟକ୍ଷ ନରହରି ସ୍ୱାଇଁ ବିଦ୍ୟାଳୟ ରେ ଶୃଙ୍ଖଳିତ ଓ ଶିକ୍ଷଣୀୟ ପରିବେଶ ସୃଷ୍ଟି ପାଇଁ ପରାମର୍ଶ ଦେଇଥିଲେ। ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ହୃଦାନନ୍ଦ ଜେନା ଯୋଗଦେଇ କୋମଲମତି ଶିଶୁ ମାନଙ୍କର ଶୃଙ୍ଖଳା ଜ୍ଞାନ ଓ ନିରାମୟ ଜୀବନ କାମନା କରିଥିଲେ ।ମକର ପର୍ବର ମହାନତା ଏବଂ ଏହା ଶାନ୍ତି, ମୈତ୍ରୀ,ସ୍ନେହ,ଶ୍ରଦ୍ଧାର ପର୍ବ ସହ ବ୍ୟାସ କବି ଫକିର ମୋହନ ସେନାପତିଙ୍କ ଜନ୍ମ ଦିନ ବୋଲି ପ୍ରଧାନ ଆଚାର୍ଯ୍ୟ ପ୍ରକାଶ କରିଥିଲେ । ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଭଜନ,ଏକକ ଅଭିନୟ,ନୃତ୍ୟ ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶିଶୁ ମନ୍ଦିରର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 280 ଜଣ ଛାତ୍ର ଛାତ୍ରୀ ବନ ବିହାର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।



