ଯୌତୁକ ନିର୍ଯାତନା ଯୋଗୁଁ ବଧୂ ଆତ୍ମହତ୍ୟା ଅଭିଯୋଗ

58

ଧରାକୋଟ,୧୫/୦୧(ଜିଲ୍ଲା ଖବର) : ଧରାକୋଟ ଥାନା ଅନ୍ତର୍ଗତ ମୁଣ୍ଡମରାଇ ଗ୍ରାମର ବାବୁଲା ସାହୁ ଧରାକୋଟ ଥାନା ରେ ଗତ ଶନିବାର ଦିନ ନିଜର ଝିଅ ରିତା ସାହୁକୁ ତାର ଶଶୁର ଘର ଲୋକେ ଅଧିକ ଯୌତୁକ ଦାବିକରି ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଯୋଗୁ ଝିଅ ରିତା ବାପ ଘର ମୁଣ୍ତମରଇ ରେ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।ମିଳିଥିବା ଏତଲା ଅନୁଯାୟୀ ଗତବର୍ଷ ଏପ୍ରିଲ ମାସ 22 ତାରିଖରେ ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମର ଲକ୍ଷ୍ମଣ ସାସମଲ ଙ୍କ ପୁତ୍ର ଶିବ ସାସମଲ ସହ ବାବୁଲା ଙ୍କ ଝିଅ ରିତାର ବାହାଘର ହୋଇଥିଲା । ବାହାଘର ସମୟରେ ଦାବୀ ଅନୁଯାୟୀ ଯୌତୁକ ଦିଆ ଯାଇଥିଲା। ବାହାଘରର ମାସଟିଏ ପରେ ଅଧିକ ଏକଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ଶାଶୁ ଘର ଲୋକେ ରିତାକୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଝିଅ ବାରମ୍ବାର ଅଭିଯୋଗ କରି ବା ପରେ ବାବୁଲା ଓ ତାଙ୍କ ପୁଅ ଚନ୍ଦ୍ର ଶେଖର ଗତବର୍ଷ ନଭେମ୍ବର ମାସରେ ପୋଡ଼ାମାରି ଯାଇ ରିତାକୁ ମୁଣ୍ଡମରାଇ ନିଜ ଘରକୁ ନେଇ ଆସିଥିଲେ । ଗତ ଶନିବାର ଦିନ ଶାଶୁ,ଶଶୁର,ସ୍ବାମୀ,ନଣନ୍ଦ,ଜ୍ବାଇଁ ଓ ଦିଅର ମିଶି ମୁଣ୍ଡମରାଇ ଆସି ଦୁଇଦିନ ମଧ୍ୟରେ ଅଧିକ ଯୌତୁକ ଟଙ୍କା ଦେଲେହିଁ ବୋହୂକୁ ଘରକୁ ନେବେ ବୋଲି କହି ଚାଲି ଯାଇଥିଲେ । ଏହି ଘଟଣା ପରେ ରିତା ମାନସିକ ଚପଗ୍ରସ୍ତ ହୋଇ ସମସ୍ତଙ୍କ ଅଜାଣତରେ କୀଟନାଶକ ଔଷଧ ପିଇ ଗୁରୁତର ହେବାରୁ ତାଙ୍କୁ ଆସିକା ଡାକ୍ତଖାନାକୁ ଘରଲୋକେ ନେଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏତଲା ପାଇବା ପରେ ଧରାକୋଟ ପୋଲିସ 14/23 ପ୍ରକାରେ ମାମଲା ରୁଜୁକରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିଲେ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ମମତା ସାମନ୍ତରାୟ ସୂଚନା ଦେଇଛନ୍ତି।