କାଳଷଣ୍ଢପୁର ଦାଣ୍ଡ ନାଚର ପ୍ରସ୍ତୁତି ବୈଠକ ଓ ବହି ପୂଜନ କାର୍ୟ୍ୟକ୍ରମ ଅନୁଷ୍ଠିତ

43

ଆସିକା,୧୪/୦୧ : ଦୁଇ ବର୍ଷ କରୋନା କଟକଣା ପରେ ଚଳିତ ବର୍ଷ ଆୟୋଜିତ ହେବାକୁ ଯାଉଥିବା ଦଣ୍ଡ ନାଚ ଯତ୍ରା ଲାଗି ଏବେଠୁ ପ୍ରସ୍ତୁତି ଆରମ୍ଭ କଲେଣି ଦଣ୍ଡଯାତ୍ର କମିଟି କ୍ଷ ଗଞ୍ଜାମ ଜିଲ୍ଲା ଆସିକା କାଳସଣ୍ଢପୁର ର ଦଣ୍ଡଯାତ୍ର କମିଟି ଏହାକୁ ନେଇ ଆଜି ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଆୟୋଜନ କରିଥିବା ବେଳେ ଏଥିରେ ଦଣ୍ଡ ଯାତ୍ରା କମିଟିର ସମସ୍ତ ସଦସ୍ୟ ଓ ନାଟକ ନିର୍ଦେଶକ,କଳାକାର ପ୍ରମୁଖ ଯୋଗ ଦେଇଥିଲେ ଏବଂ ଏହି ଅବସରରେ ଚଳିତ ବର୍ଷ ଯାତ୍ରା କମିଟି ପକ୍ଷରୁ ଚୟନ ହୋଇଥିବା ନାଟକ ବାବୁ ମୁଠେ ଭିକ ଦିଅ ର ବହି ପୂଜା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ନାଟ୍ୟନିର୍ଦେଶକ ଲିଟିଲ ମାଷ୍ଟର ବିନୋଦ ରାଉତ ନିର୍ଦେଶନା ରେ ସମସ୍ତ କଳାକାର ନାଟକରେ ନିଖୁଣ ଅଭିନୟ ପ୍ରଦର୍ଶନ କରି ଦର୍ଶକ ଙ୍କ ମନଜୀଣିବା କୁ ପ୍ରୟାସ କରିବା ନେଇ ଆଶାରଖିଛି ଦଣ୍ଡଯାତ୍ରା କମିଟି |