ଉଦଘାଟିତ ହେଲା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩

75

କଳାହାଣ୍ଡି,୧୪/୦୧ : ଶାନ୍ତି ମୈତ୍ରୀ ଓ ସଂସ୍କୃତିର ତୀର୍ଥଭୂମି କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଉଦଘାଟିତ ହୋଇଯାଇଛି । ଚଳିତ ବର୍ଷ ଏହି କଳାହାଣ୍ଡି ଉତ୍ସବ ୨୫ ବର୍ଷରେ ପଦାର୍ପଣ କରିଛି । ରୌପ୍ୟ ଜୟନ୍ତି ସମାରୋହ ଆହୁରି ବର୍ଣ୍ଣାଢ୍ୟ ପରିବେଶ ରେ ଉଦଘାଟିତ ହୋଇଯାଇଛି । ପଞ୍ଚାୟତ ସ୍ଥରରୁ ଆରମ୍ଭ କରି ବ୍ଲକ ସ୍ଥରୀୟ ଉତ୍ସବ ସରିବା ପରେ ଆଜି ଜିଲ୍ଲା ସ୍ଥରୀୟ ଉତ୍ସବ ଆରମ୍ଭ ହୋଇଛି । ୧୪ ତାରିଖ ରୁ ୧୭ ତାରିଖ ପର୍ୟ୍ୟନ୍ତ ଜିଲ୍ଲା ସ୍ଥରୀୟ ଓ ୧୫ ତାରିଖ ରୁ ୧୭ ତାରିଖ ପର୍ୟ୍ୟନ୍ତ ଧର୍ମଗଡ଼ ଠାରେ ଉପ ଖଣ୍ଡ ସ୍ଥରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୩ ଅନୁଷ୍ଠିତ ହେଉଛି । ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଧର୍ମଗଡ ବିଧାୟକ ମୌଷୁଧି ବାଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଭବାନିପାଟଣା ବିଧାୟକ ପ୍ରତିନିଧି , ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ,ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ, ଏସପି ଅଭିଳାଷ ଜୀ,ଭବାନିପାଟଣା ଉପଜିଲ୍ଲାପାଳ, ଧର୍ମଗଡ ଉପଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ, ଭବାନିପାଟଣା ପୌରାଧ୍ୟକ୍ଷା ପ୍ରମୁଖ ଉଦଘାଟନୀ ଉତ୍ସବ ରେ ଯୋଗ ଦେଇଥିଲେ ।