
ରାୟଗଡ଼ା,୧୪-୧( ଜିଲ୍ଲା ଖବର): ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ହାଟ ମୁନିଗୁଡା ପଞ୍ଚାୟତର ରାମମନ୍ଦିର ସମ୍ମୁଖରେ ବଡ ଆଡ଼ମ୍ବରରେ ଭୋଗୀ ପର୍ବ ପାଳିତ କରାଯାଇଛି। ଏହି ଭୋଗୀ ପର୍ବ ପୂର୍ବ ପୁରୁଷ ଠାରୁ ଏହି ଭୋଗୀ ପର୍ବ ପାଳନ କରାଯାଉଛି। ଗ୍ରାମର ସମସ୍ତ ଙ୍କ ଘରୁ ଗୋଟିଏ ଗୋଟିଏ କାଠ ସଂଗ୍ରହ କରି ରାମମନ୍ଦିର ସମ୍ମୁଖରେ ସଜାଯାଇ ଭୋର ସକାଳ ୪ ଟା ୫୦ ମିନିଟ୍ ରେ ଏହି କାଠରେ ଅଗ୍ନି ଲଗାଯାଏ। ଏହି ଅଗ୍ନି ଟିକୁ ହାଟ ମୁନିଗୁଡା ଗ୍ରାମର ପି ଆକେଶ୍ଵର ରାଓ ପୂର୍ବରୁ ଏପର୍ଯ୍ୟନ୍ତ ଏହି ଅଗ୍ନି ଲଗାଇ ଥାଆନ୍ତି। ଗ୍ରାମର ସମସ୍ତ ବ୍ୟକ୍ତି ଓ ଛୋଟ ଛୋଟ ପିଲା ମାନେ ଭୋଗୀ ପର୍ବର ମଜା ନେଇଥାନ୍ତି। ମାଘ ମାସର ଏହି ଭାରି ଶିତରେ ଏହି ଭୋଗୀ ପର୍ବର ନିଆଁର ଉତ୍ତାପ ଆମ ଶରିରରେ ବାଜିଲେ ଦେହରେ ଥିବା ଅନେକ କାଛୁ କୁଣ୍ଡିଆ ଦୂର ହୁଏ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି।ଏହି ଭୋଗୀ ପର୍ବରେ ରାମ ଓ ରାବଣଙ୍କ ମଧ୍ୟରେ କିଛି ବିଶେଷତ୍ବ ରହିଛି ବୋଲି ଗ୍ରାମର କିଛି ବୟଜଷ୍ଟ ବ୍ୟକ୍ତି ମାନେ କହିଛନ୍ତି।ମାଘ ମାସର ହେମ ଯାଡ ପଢେ କାକର ଆହା କୋଳେ ବସିଥିବେ ଆରେ କାମ ପାଳ ବୋଲି ରାମ ମନ୍ଦିର ପୂଜକ ଅଶୋକ କର କହିଛନ୍ତି। ଏହି ଭୋଗୀ ପର୍ବ ପାଳନ ଉତ୍ସବରେ ରାମମନ୍ଦିର ସଭାପତି ଭାସ୍କର ନେମାଲପୁରୀ, ରାମ ମୁର୍ତ୍ତି ବେହେରା, ପି ଗୋବିନ୍ଦ ରାଜୁ,ବିଯୟ କୁମାର ଦାସ, ଶ୍ରୀ ନିବାସ ନାୟକ, ରଞ୍ଜିତ କୁମାର ଦାସ, ସୁରେନ୍ଦ୍ର ପାତ୍ର, ଜ୍ୟୋତି ପ୍ରସାଦ ସାହୁ, ରାଜେଶ କୁମାର ସାହୁ, ମୃତ୍ୟୁ ଜୟ ପନାଡା, ନିଶାନ୍ତ ପନଡା,ଜିତୁ,ପାୟା, ପାକି ଲଣ୍ଡା, ପ୍ରକାଶ ସମତେ ଆଉ କିଛି ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।



