ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ

50

ଧରାକୋଟ,୧୩/୦୧(ଜିଲ୍ଲା ଖବର) : ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜି ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଦିଗାମ୍ବର ବିଷୋୟୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଧରାକୋଟ ଥାନା ଅଧିକାରୀ ଶ୍ରୀମତୀ ମମତା ସାମନ୍ତରାୟ ମୁଖ୍ୟ ଅତିଥୁ ରୂପେ ତାଲିମ ଶିବିରକୁ ଉଦଘାଟନ କରିଥିଲେ । ସେ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା ର
ଆବଶ୍ୟକତା ଓ ଉପକାରିତା ବିଷୟରେ ସୁନ୍ଦର ଭାବେ ବୁଝାଇଥିଲେ । ସ୍ଥାନୀୟ ଭାରତୀୟ ୟୁନିୟନ ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ଅମିତ ବିକାଶ ମୁଖ୍ୟ ଅତିଥ୍ ରୂପେ ଯୋଗଦେଇ ଆତ୍ମ ସୁରକ୍ଷା ସଂପର୍କରେ ବିଶେଷ ସୂଚନା ପ୍ରଦାନ କରିଥିଲେ । ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମର ସଂଯୋଜିକା ଅର୍ଥନୀତି ଅଧ୍ୟାପିକା ଶ୍ରୀମତୀ ସଂଯୁକ୍ତା କୁମାରୀ ସାହୁ ଛାତ୍ରୀ ମାନଙ୍କୁ ଉତ୍ତମ ରୂପେ ଆତ୍ମ ସୁରକ୍ଷା କୌଶଳ ଶିଖୁବା ପାଇଁ ଆହ୍ଵାନ ଦେଇଥିଲେ । ଉଭିଦ ବିଜ୍ଞାନ ଅଧ୍ୟାପକ ଶ୍ରୀ ଶଙ୍କର ସାହୁ ଆତ୍ମ ସୁରକ୍ଷା ବିଷୟରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ କେ ଦୂର୍ଗା ପ୍ରସାଦ ଆଚାରୀ ଅତିଥ୍ ପରିଚୟ ଦେଇଥିବା ବେଳେ ଇତିହାସ ଅଧ୍ୟାପକ ଶ୍ରୀ ରଞ୍ଜନ କୁମାର ପାଟ୍ଟଯୋଷୀ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ମାନେ ଏହି ସଭାରେ
ଉପସ୍ଥିତ ରହି ସହଯୋଗ କରିଥିଲେ ।