
ଆସିକା : ତା ୧୧/୧ – ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ବ କପ୍ ହକି ପ୍ରତିଯୋଗିତା ଅବସରରେ ଆଞ୍ଚଳିକ ନିର୍ଦ୍ଦେଶକ, ଶିକ୍ଷା, ବ୍ରହ୍ମପୁରଙ୍କ ନିର୍ଦ୍ଦେଶକ୍ରମେ ତଥା ଏଥି ନିମନ୍ତେ ଓଡିଶା ସରକାରଙ୍କ ପ୍ରଚେଷ୍ଟାକୁ ସାକାର ରୂପାୟନ କରିବା ପାଇଁ ମହାବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଆଜି କଲେଜ ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଅଡିଓ ଭିଜୁଆଲ୍ ହଲରେ ବଡ଼ ପରଦା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ବ କପ୍ ହକିର ପ୍ରାରମ୍ଭିକ କାର୍ଯ୍ୟକ୍ରମ ଉଦଘାଟନୀ ଉତ୍ସବର ଧାରାବିବରଣୀ ପ୍ରଦର୍ଶିତ କରାଯାଇଥିଲା। ଏଠାରେ କଲେଜର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ଯୋଗ ଦେଇଥିଲେ।




