Wednesday, November 11, 2026
Home ଆଞ୍ଚଳିକ ଅସମ୍ଭାଳ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ

ଅସମ୍ଭାଳ ଶୀତରେ ଜନ ଜୀବନ ଅସ୍ତବ୍ୟସ୍ତ

10

ଧରାକୋଟ,12/1: ସଂପ୍ରତି ଧରାକୋଟ ଅଞ୍ଚଳରେ ଶୀତର ପ୍ରକୋପ ଜାରି ରହିଛି। ଗତ ସପ୍ତାହରେ ଶୀତ କମିଯିବାରୁ ଲୋକେ ଆଶ୍ୱସ୍ତି ଅନୁଭବ କରୁଥିବା ବେଳେ ଚଳିତ ସପ୍ତାହରେ ଶୀତ ପୁଣି ଲେଉଟିଛି। ଧରାକୋଟ ର ଦକ୍ଷିଣ ପଟରେ ସୁଲିଆ ପାହାଡ଼,ପୂର୍ବ ପଟରେ ଧନୁସିଂ ପାହାଡ଼ ଓ ଉତ୍ତରରେ ଋଷିକୁଲ୍ୟା ନଦୀ ପ୍ରବାହିତ ହେଉଛି। ସଂପ୍ରତି ଏଠାରେ ତାପମାତ୍ରା ଏଗାର ଡିଗ୍ରୀ ରହିଛି । ରାତ୍ର ସମୟରେ ଘନ କୁହୁଡି ଯୋଗୁଁ ଯାତାୟତରେ ବାଧା ସୃଷ୍ଟି ହେଉଛି । ଅଞ୍ଚଳର ବିଭିନ୍ନ ସ୍ଥାନରେ ଲୋକେ କାଠ ଗଣ୍ଡି,ଧୁନି ଜଳି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରୁଥିବା ଦେଖାଯାଉଛି। ସକାଳ ଓ ସଞ୍ଜରେ କୋହଲା ପାଗ ଅନୁଭୂତ ହେଉଛି। ଏଣୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବା ଦେଖାଯାଉଛି । ଅନ୍ୟ ପକ୍ଷରେ ପନି ପରିବା ଉତ୍ପାଦନ ବହୁଳ ଭାବରେ ବୃଦ୍ଧି ପାଇଛି। ସାଧାରଣ ଜନତା ପରିବା ଦର ହ୍ରାସ ଓ ତଟକା ପରିବା ଯୋଗୁଁ ଖୁସି ଅନୁଭବ କରୁଥିବା ବେଳେ ପରିବା ଚାଷୀ ବେଶ କ୍ଷତି ସହୁଛନ୍ତି । ସଂପ୍ରତି ଧାନ ଫସଲ ପରେ ମୁଗ ଫସଲ ମଧ୍ୟ ଉନ୍ନତ ମାନର ହୋଇଥିବା ଜଣାଯାଇଚ୍ଛି ।