Home ଆଞ୍ଚଳିକ ବାର୍ଷିକ କ୍ରିଡ଼ା ଉତ୍ସବ ଓ ବିବେକାନନ୍ଦ ଜୟନ୍ତୀ

ବାର୍ଷିକ କ୍ରିଡ଼ା ଉତ୍ସବ ଓ ବିବେକାନନ୍ଦ ଜୟନ୍ତୀ

41

ଗୁଣପୁର,11/01 : ଗୁଣପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ବିବେକାନନ୍ଦ ଜୟନ୍ତୀ ଓ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି, କାର୍ଯ୍ୟକ୍ରମ ଅଧିକାରୀ ଅମୀୟ ରଞ୍ଜନ ମହାନ୍ତି , ସୁଶ୍ରୀ ଦେବୀଶ୍ରି ମହାପାତ୍ର , ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିବେକାନନ୍ଦଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦିପ ପ୍ରଜ୍ବଳନ କରିଥିଲେ । ପରେ ଯୁବ ସେବି ମାନଙ୍କୁ ଉଦବୋଧନ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ । ଦେଶ ମାତୃକାର ସେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ। ମହାବିଦ୍ୟାଳୟର ପରିସରରେ ୫୩ ତମ ବାର୍ଷିକ କ୍ରିଡ଼ା ଉତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଉଦ୍ଘାଟନ କରିଥିଲେ । ଏହା ପୂର୍ବରୁ ମା ମଙ୍ଗଳା ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବାହାରି ମହାବିଦ୍ୟାଳୟରେ ପହଞ୍ଚି ଥିଲା ଖେଳ ଶିକ୍ଷକ ଦେବୀ ପ୍ରସାଦ ତତ୍ବାବଧାନରେ ଦଉଡ ପ୍ରତୀଯୋଗିତା ଲମ୍ବ ଡିଆ। ଉଚ୍ଚ ଡିଆଁତିଆ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନ କର୍ମଚାରୀ ମାନେ ଉପସ୍ଥିତ ରହି ସଫଳ କରାଇଥିଲେ । ସେହିପରି ବିଶ୍ଵ କପ୍ ହକିର ପ୍ରଚାର ଓ ପ୍ରସାର ତଥା ଛାତ୍ର ଓ ଛାତ୍ରୀଙ୍କୁ ସଚେତନ କରିବା ପାଇଁ ପ୍ରାଧ୍ୟାପକ ରାମଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଛାତ୍ର ମାନଙ୍କ ମଧ୍ୟରେ ଆଜି ରଂଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି ।