Home ଆଞ୍ଚଳିକ ଅବସରପ୍ରାପ୍ତ କ୍ରୀଡ଼ା ଅଧ୍ୟାପକଙ୍କ ପରଲୋକ

ଅବସରପ୍ରାପ୍ତ କ୍ରୀଡ଼ା ଅଧ୍ୟାପକଙ୍କ ପରଲୋକ

45

ବେଲଗୁଣ୍ଠା,12/09, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଅଶୋକ ସ୍ଵାଇଁଙ୍କର ଆଜି 64 ବର୍ଷ ବୟସରେ ପରଲୋକ ଘଟିଛି I ସ୍ୱର୍ଗତ ସ୍ଵାଇଁ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ I ସେହି ହସପିଟାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳ 10 ଘଂଟା 50 ମିନିଟ୍ ସମୟରେ ତାଙ୍କର ପରଲୋକ ଘଟିଥିଲା I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପୁଅ ରାହୁଲ୍ ଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ I ସ୍ୱର୍ଗତ ସ୍ୱାଇଁ ଜଣେ ସରଳ ଏବଂ ଛାତ୍ରବତ୍ସଳ ଅଧ୍ୟାପକ ଥିଲେ I ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ମହଲ ଏବଂ କ୍ଷତ୍ରିୟବରପୁର କଲେଜ୍ ରେ ଶୋକର ଛାୟା ଖେଳିଯିବା ସହିତ କଲେଜ୍ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା I ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି I