
ରାୟଗଡ଼ା-୧୨-୧-(ଜିଲ୍ଲା ଖବର) ବିଜୁ ଜନତା ଦଳର 26 ତମ ପ୍ରତିଷ୍ଠା ଦିବସ ଗତ ମାସ 26 ତାରିଖରେ ମୋହଦଧି ଶ୍ରୀକ୍ଷେତ୍ର ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା l ରାଜ୍ୟ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଓଡିଶା ର ସମସ୍ତ 147 ଗୋଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ବେଳେ ଆଜି ରାୟଗଡା ଜ଼ିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଷମକଟକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋହା ସମାରୋହ ରେ ପାଳିତ ହୋଇଯାଇଛି l ଅତିଥି ମାନଙ୍କ ଦ୍ୱାରା ସ୍ବର୍ଗତ ବିଜୁ babunk ଫୋଟ ଚିତ୍ର ଓ ଜଗତ ର ନାଥ ଜଗନ୍ନାଥ ଙ୍କ ଠାରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରୁଥିଲେ l ଏହି ନିର୍ବାଚନ ମଣ୍ଡଳୀର କୋଳନରା, କେସିଂପୁର, ମୁନିଗୁଡା ଓ ବିଷମକଟକ ବ୍ଲକ ରୁ ହଜାର ହଜାର ବିଜେଡି କର୍ମୀ ନେତା ଯୋଗ ଦେଇଥିଲେ l ରାୟଗଡା ଜ଼ିଲ୍ଲା ବିଜେଡି ସଭାପତି ଶ୍ରୀ ସୁଧୀର ଦାସ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ପ୍ରତିଷ୍ଠା ଦିବସ ଅବସରରେ ଶ୍ରୀ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଆଦିବାସୀ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ମନ୍ତ୍ରୀ ଓଡିଶା ସରକାର ଯୋଗଦେଇ ଥିଲେ l ରାଜ୍ୟ ସରକାରଙ୍କ OBC SC & ST ଉର୍ନୟନ ଉପଦେଷ୍ଟା ତଥା ବିଜୁ ଜନତା ଦଳ ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ପୃଥିବୀ ରାଜ ସାହୁ ,କୋଳନରା ବ୍ଲକ ରୁ ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ, ବଡ଼ ଖିଲାପଦର ସରପଞ୍ଚ ମାଦା ରାଓ କୋଣ୍ଡାଗୋରୀ ଓ ସନ୍ୟାସୀ ନାଇଡ଼ୁ ବୁଡୁଭାଇ ଙ୍କ ନେତୃତ୍ୱ ରେ ସହ ସହ କର୍ମୀ ଯୋଗଦେଥିଲେ l ବରିଷ୍ଠ ବିଜେଡି ନେତା ନାନୁପଣ୍ଡା, ଶିବା ଯେସିଟି ଓ ବ୍ଲକ ଉପାଦକ୍ଷ ଦେବି ପଟ୍ଟନାୟକ ଙ୍କ ନେତୃତ୍ୱ ରେବହୁ ସଂକ୍ଷକ ନେତା କର୍ମୀ ଯୋଗ ଦେଇଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓଡିଶା ମୁଖ୍ୟମନ୍ତ୍ରୀ ପଦ ର ଦାୟିତ୍ୱ ନେବା ଦିନରୁ ଓଡିଶା ସବୁକ୍ଷେତ୍ର ରର ଅଗ୍ରଗତି କରଛିବୋଲି ବୋଲି ଉପସ୍ଥିତ ନେତା ମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ l ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ଦିନରୁ ଶ୍ରୀ ନବୀନ ପଟ୍ଟନାୟକ ମା କୁ ସମ୍ମାନ ଓ ଗାଁ କୁ କାମ ପାଇଁ ପ୍ରାଧାନ୍ୟ ଦେଇ ଆସୁଛନ୍ତି ସେଥିପାଇଁ ମହିଳା ମାନେ ଆଗେଇ ଆସି ମିଶନ ଶକ୍ତି ମାଧ୍ୟମରେ ମହିଳା ମାନେ ନିଜକୁ ସମାଜରେ ପ୍ରତିଷ୍ଟିତ କରେଇ ପାଇଛନ୍ତି ଓ ଏହା କେବଳ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ସମ୍ଭବ ହୋଇପାରିଛିବୋଲି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ନିଜ ମନ୍ତବ୍ୟ ରେ କହିଥିଲେ l ଜ଼ିଲ୍ଲା ସଭାପତି ଶ୍ରୀ ଦାସ ନିଜ ବକ୍ତବ୍ୟ ରେ କହିଥିଲେ ଜେଉ ପର୍ଯ୍ୟନ୍ତ ମୋର ଶେଷ ରକ୍ତ ବିନ୍ଦୁ ଥିବ ସେପର୍ଯ୍ୟନ୍ତ ମୁଁ ବିଜେଡି ପାଇଁ ଲଢ଼ିବି ମୁଖ୍ୟମନ୍ତ୍ରୀ ଓଡିଶା ର ବିକାଶ ପାଇଁ ଯେଉଁ ଚିନ୍ତାଧାରା ନେଇ ଆଗେଇ ଆସିଛନ୍ତି ତାହା କୁ ସାକାର କରିବା ଆମେ ସମସ୍ତେ ଆଗେଇ ଆସି ମୁଖ୍ୟମନ୍ତ୍ରୀ ଙ୍କ ହାତମୁଠା କୁ ଟାଣ କରିବାକୁ ପଡିବ ବୋଲି ଶ୍ରୀ ଦାସ କହିଛନ୍ତି
ଏହି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ,ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ରାୟଗଡା ର ବରିଷ୍ଠ ବିଜେଡି ଯୁବ ନେତା ସନ୍ତୋଷ କୁମାର ପାତ୍ର,ଜ଼ିଲ୍ଲା ବିଜୁ ଯୁବ ଜନତା ଦଳ ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୂୟା ମାଝୀ ,ରାୟଗଡା ଜ଼ିଲ୍ଲା ପରିଷଦ ଅଧକ୍ଷା ସରସ୍ବତୀ ମାଝୀ, ବିଷମକଟକ ଜ଼ିଲ୍ଲାପରିଷଦ ସଭ୍ୟା ବିଜୟଶାନ୍ତି କୁମ୍ବ୍ରିକା, ମୁନିଗୁଡା ଜ଼ିଲ୍ଲା ପରିଷଦ ସଭ୍ୟ ସନ୍ତୋଷସୁନା,କେସିଂପୁର ଜ଼ିଲ୍ଲା ପରିଷଦ ସଭ୍ୟ ବାରାଟମ ବାରା ପ୍ରସାଦ,ଜ଼ିଲ୍ଲା ବିଜେଡି ସାଧାରଣ ସମ୍ପାଦକ ତଥା ସମାଜସେବୀ ଗଗନ ଆଚାର୍ଯ୍ୟ, ବିଜେଡି ନେତା ରତନ ଲାଲ ଜୈନ ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଜ୍ୟୋତି ପ୍ରସାଦ ସାହୁ ଯୋଗ ଦେଇଥିଲେ l




