ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଗୁଣୁପୁରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

32

ଗୁଣୁପୁର-୧୨/୧ ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ପରିସରରେ ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ଵ ବିଦ୍ୟାଳୟର କୁଳପତି ଡ଼ଃ ଗୌତମ ଘୋଷ ଯୋଗ ଦେଇ ସ୍ଵାମୀଜୀଙ୍କ ପଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ଜୀବନୀ ବିଷୟରେ କହିବା ସହ ଛାତ୍ର ସମାଜ ସ୍ଵାମୀଜୀଙ୍କ ଆଦର୍ଶକୁ ଗ୍ରହଣ କରି ନିଜ ଜୀବନ କୁ ଆଗକୁ ନେବା ପାଇଁ ପ୍ରବର୍ତଇଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡ଼.ପ୍ରେମାନସୁ ଶେଖର ରଥ ,ରଶ୍ମି ପ୍ରଭା ମହାରଣା ପ୍ରମୁଖ ପରିଚାଳନା କରିଥିଲେ।ଏଥିରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।