ଜାତୀୟ ସେବା ଯୋଜନାର ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ

24

ଗୁଣୁପୁର-୧୨/୦୧ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟ ଗ୍ରାମ ରେଗଡ଼ା ପଞ୍ଚୟତର ରେଗଡ଼ା ଗ୍ରାମ ଓ ନରସିଂହମୁଣ୍ଡା ଗ୍ରାମରେ ଚାଲିଥିବା ସେବା ଯୋଜନାର ୟୁନିଟ-୧ (ପୁରୁଷ) ଏବଂ ୟୁନିଟ-୨(ମହିଳା) ପକ୍ଷରୁ ସାତ ଦିନିଆ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଯାପିତ ହୋଇଯାଇଛି। ଏହି ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଅତିରିକ୍ତ ତହସିଲଦାର ଶ୍ରୀ ଦିବାକର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସାତ ଦିନିଆ ଶିବିରରେ ଛାତ୍ରଛାତ୍ରୀମାନେ ଯାହା ସବୁ ଗ୍ରାମରେ ସଚେତନତା କରିଛନ୍ତି ସେ ସବୁକୁ ନିଜ ଜୀବନରେ ମଧ୍ୟ ଅନୁସରଣ କରିବା ପାଇଁ କହିଥିଲେ।ସଂମ୍ମାନୀୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ଯୋଗ ଦେଇ ଏହି ଭଳି କାଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀମାନେ ସମାଜ ପ୍ରତି ନିଜ ଦାଇତ୍ୱ ବୋଧ ବିଷୟରେ ଆଲୋକପାତ କରିଥିଲେ।କାଯ୍ୟକ୍ରମ ପ୍ରାରମ୍ଭ ରେ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିବା ଅବସରରେ ଚିତ୍ରପଟରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।କାଯ୍ୟକ୍ରମ ଅଧିକାରୀ ରଶ୍ମିପ୍ରଭା ମହାରଣା ସ୍ୱାଗତ ଭାଷଣ ଦେବା ସହ ଗତ ସାତ ଦିନ ଧରି ଚାଲିଥିବା କାଯ୍ୟକ୍ରମ ବିଷୟରେ କହିଥିଲେ। କାଯ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନସୁ ଶେଖର ରଥ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଦୁଇଟି ଶିବିରରେ ବିଶ୍ବ ବିଦ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ସ୍ବେଚ୍ଛାସେବୀ ମାନଙ୍କୁ ଉଚ୍ଚାହିତ କରିଥିଲେ। ପ୍ରତ୍ୟେକ ଶିବିର ରେ ୫୦ ଜଣ ସ୍ବେଚ୍ଛାସେବୀ ଭାଗ ନେଇଥିଲେ।ଏହି ଅବସରରେ ସ୍ପନ୍ଦନ କାଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀ ମାନଙ୍କୁ ବସ୍ତ୍ର ବଣ୍ଟନ କରାଯାଇଥିଲା।