ମୁଣ୍ଡମରାଇ ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

75

ଧରାକୋଟ,୧୧/୧ : ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ଗ୍ରାମର ସରସ୍ବତୀ ଶିଶୁ ମନ୍ଦିରର ୧୭ ତମ ବାର୍ଷିକ ଉତ୍ସବ ମହାସମାରୋହ ସହ ପାଳନ ହୋଇଯାଇଛି। କୃଷି ବିତ୍ତ ରାମକୃଷ୍ଣ ସାହୁ ଙ୍କ ଅର୍ଦ୍ଧକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ସମ୍ମାନିତ ଅତିଥି ଭାବେ ଗଂଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଧରାକୋଟ ବ୍ଲକ ଅଧ୍ୟକ୍ଷା ରାଜା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ,ଇଂ ସୁରେଶ ଚନ୍ଦ୍ର ସାହୁ, ଯୋଗେନ୍ଦ୍ର ସାଶମଲ, ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଆଶ୍ଚର୍ୟ୍ୟ ନିତ୍ୟାନନ୍ଦ ସାହୁ, କାର୍ୟ୍ୟକ୍ରମର ପରିଚାଳନା କରିଥିବାବେଳେ ସଂପାଦକ ଚିଦାନନ୍ଦ ପାତ୍ର ବିବରଣୀ ପାଠ କରିଥିଲେ। ନିମନ୍ତ୍ରିତ ଅତିଥି ମାନେ ଶିଶୁ ମାନଙ୍କର ଶିକ୍ଷା ଦାନ ବୈଧିକ ବିକାଶ, ଶୃଙ୍ଖଳା ଜ୍ଞାନ,ଓ ଚରିତ୍ର ଗଠନ ଉପରେ ମାର୍ଗଦର୍ଶନ କରିଥିବାବେଳେ ଇଂ ସାହୁ ନିଶ୍ବାର୍ଥପର ସେବା ଓ ତ୍ୟାଗ ମଣିଷକୁ ଶିର୍ଶ ସ୍ଥାନରେ ପହଞ୍ଚାଇଥାଏ ବୋଲି ମତ ରଖିଥିଲେ। ମୂଖ୍ୟ ବକ୍ତା ଡଃ ଭଗବାନ ତ୍ରିପାଠୀ ସଂସ୍କାର ଓ ନମ୍ରତା ଜୀବନର ମୂଳ ମନ୍ତ୍ର ବୋଲି ମତ ପ୍ରକାଶ କରିଥିଲେ। ବିଦ୍ୟାଳୟ ର ପୂରାତନ ଛାତ୍ରଛାତ୍ରୀ ଙ୍କ ସମେତ ଅନୁଷ୍ଠାନ ର ୧୬୦ରୁ ଅଧିକ ଶିଶୁ ଭାରତୀୟ ଶିକ୍ଷା ସଂସ୍କୃତି ସ୍ବଚ୍ଛତା ଆଧ୍ୟାତ୍ମିକତା ଓ ଦେଶାତ୍ମବୋଧଭଳି ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ। ଯାହାକି ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଗଭୀର ରେଖାପାତ କରିଥିଲେ। ସାଂସ୍କୃତିକ କାର୍ୟ୍ୟକ୍ରମ କୁ ବସନ୍ତ କୁମାର ଗୈାଡ ନିଦ୍ଧେର୍ଶନା ଦେଇ ଥିବା ବେଳେ ଗଣେଷ ଚନ୍ଦ୍ର ପାତ୍ର,ଏହାର ସଂଯୋଜନା କରିଥିଲେ। କାର୍ୟ୍ୟ କ୍ରମ ରେ ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା କମିଟି ର ସଦସ୍ୟ ମାନେ ସହଯୋଗ ପ୍ରଦାନ କରିଥିଲେ।