
ଧରାକୋଟ,୧୧/୧ ଆଜି ଧରାକୋଟ ବ୍ଲକ ସମ୍ମୁଖରେ ଅଖିଳ ଭାରତ କିଶାନ ମଜଦୁର ସଭା ତରଫରୁ ୯ ଦଫା ଦାବି ନେଇ ଏକ ବିଶାଳ ଗଣ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।ଇଓକଗଝ ଜାତୀୟ ସଂପାଦକ ଭାଲ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ସଂପାଦକ ପ୍ରତାପ ନାୟକ, ବ୍ଲକ ସଭାପତି ନରସିଂହ ଦଳବେହେରା,ଓ.ୠ.ଞ.ଠର ଆବାହକ ପ୍ରତାପ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ରବୀନ୍ଦ୍ର ଗମାଙ୍ଗ, ବ୍ଲକ କମିଟି ସଭ୍ୟ ଦୟାନିଧି ସେଠୀ,ଅରକ୍ଷିତ ଗମାଙ୍ଗ,କେଶବ କାର୍ୟୀ , ଅର୍ଜୁନ ଗମାଙ୍ଗ, ପ୍ରମୁଖ ରାଜ୍ୟ ସରକାରଙ୍କର ଉନ୍ନୟନ କାର୍ୟ୍ୟ,ଆବାସ ବଣ୍ଟନ, ରାସନ୍ କାର୍ଡ ବଣ୍ଟନ ଓ ଧାନ ମଣ୍ଡି ରେ ଅବ୍ୟବସ୍ଥା କୁ ନେଇ ପକ୍ଷ ପାତିତା ନିତି ଅବଲମ୍ବନ ବିରୋଧରେ ବର୍ଷୀ ଥିଲେ। ପ୍ରମୁଖ ଦାବି ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା ବାଦ ପଡ଼ିଥିବା ଲୋକଙ୍କୁ ସାମିଲ କରିବା, ଜଙ୍ଗଲ ଜମି କୁ ପଟାପ୍ରଦାନ,ଭୂମି ହିନ ବାସ ହିନକୁ ପଟା ପ୍ରଦାନ, ବୃଦ୍ଧ ବୃଦ୍ଧାଙ୍କୁ ପେନସନ ପ୍ରଦାନ, ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ଲୋକଙ୍କୁ ସାମିଲ କରିବା ସମସ୍ତ ଗାଁ କୁ ସବୁଦିନିଆ ପକା ରାସ୍ତା , ପାନୀୟ ଜଳର ସୁବିଧା ଆବଶ୍ୟକୟୀତା ଅନୁଯାୟୀ ନଳକୂପ ଖନନ ଉପରେ। ସମ୍ବଳିତ ଦାବି ପତ୍ର ଧରାକୋଟ ବିଡ଼ିଓ ଡେନିସ ବେହେରା ଓ ତହସିଲଦାର କବିରାଜ ପ୍ରଧାନ ଙ୍କୁ ପ୍ରଦାନ କରିଥିଲେ।ଦାବି ଗୁଡ଼ିକର ଯଥାଯଥ ନିରିକ୍ଷଣ କରି କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ ପଦାଧିକାରୀ ପ୍ରତିଶ୍ରୁତି ଦେଇଥିଲେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଲା ଦୀର୍ଘ ଦିନ ପରେ ସରକାର ମଞ୍ଜୁର କରିଥିବା ଆବାସ ଯୋଜନାରେ କିପରି ସ୍ବଚ୍ଛତା ରହିବା ଓ ଧାନ କିଣାବିକା ରେ କଟିନଛଟିନ ବନ୍ଦ କରାଯାଇ ଚାଷୀ ଙ୍କୁ ଉପଯୁକ୍ତ ମୂଲ୍ୟ ପ୍ରଦାନ କରାଯିବ ତାହା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି।



