Home ଆଞ୍ଚଳିକ ଜୁନିଅର ରେଡକ୍ରସ ତରଫରୁ ମାସ୍କ ବଣ୍ଟନ !

ଜୁନିଅର ରେଡକ୍ରସ ତରଫରୁ ମାସ୍କ ବଣ୍ଟନ !

33


ଗୁଣୁପୁର,୧୦/୦୧ : ଗୁଣୁପୁର ନୁଆ ବସଷ୍ଟାଣ୍ଡ ନିକଟରେ ଚଇତି ମହୋତ୍ସବ ଇଡାଇ ଇଡିତାଲ୍ ୧୦:୧୧:୨୩ ରେ ଅନୁଷ୍ଠିତ ହୋଇଥିଲା , ପ୍ରତି ବର୍ଷ ଭଳି ଏହି ବର୍ଷ ମଧ୍ୟ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ବୋହୁ ଗୁଡ଼ାଏ ଖାଦ୍ୟ ଷ୍ଟଲ, ଖେଳନା ଦୋକାନ ଇତ୍ୟାଦି ଦେଖିବାକୁ ମିଳିଥିଲା। ଏହା ଯୋଗୁଁ ଛୋଟ ପିଲାଠୁ ଆରମ୍ଭ କରି ବୃଦ୍ଧ ଲୋକମାନେଭି ଚଇତିର ମୋଜା ଉଠାଇଥିଲେ । ଏତେ ପରିମାଣରେ ଭିଡ଼ ଯାହାକି କରନା କୁ ପୁଣିଥରେ ସୁଯୋଗ ଦେଲାଭଳି ସୃଷ୍ଟି ହୋଇଛି ଏହାକୁ ଦୃଷ୍ଟି ରଖି ଯେପରିକି ଆମ ଅଞ୍ଚଳରେ ରହୁଥିବା ଗୁଣୁପୁର ବାସୀ କିପରି ସୁରକ୍ଷିତ ରହିବେ ସେଥିପାଇଁ ସର୍ବସାଧରଣଙ୍କୁ ରାୟଗଡ଼ା ଜିଲ୍ଲା ଜୁନିଅର୍ ରେଡକ୍ରସ ତରଫରୁ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଜୁନିଅର୍ ରେଡକ୍ରସ୍ ଅଫିସର୍ ମୃତ୍ୟୁଞ୍ଜୟ ସ୍ବାଇଁ, ରେଡକ୍ରସ୍ କାଉଁସିଲର୍ ଶ୍ରୀ ମନୋଜ କୁମାର ମହାରଣା , କାଉଁସିଲର୍ ଶ୍ରୀ ରାଜୀବ ଲୋଚନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ୟଟି ଅତି ସଫଳର ସହ ସମ୍ପାଦନ ହୋଇଥିଲା , ଏଥିରେ ଚାଲକମ୍ବା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଏ ପ୍ରବୀଣ କୁମାର, ଓ ବିଷ୍ଣୁ ପ୍ରସାଦ୍ ଗୁରୁ ପୂର୍ଣ ସହଯୋଗ କରି କାର୍ୟକ୍ରମକୁ ସଫଳ କରିଥିଲେ ଜ୍ଝଏହିପରି କାର୍ୟ୍ୟକ୍ରମକୁ ବୁଦ୍ଧିଜୀବୀ ଓ ସାଧାରଣ ମହଲରେ ବହୁ ପ୍ରସଂଶା କରିଛନ୍ତି।ଆଗକୁଭି ଏହିଭଳି କାର୍ୟ୍ୟକ୍ରମ ଜାରୀରହିବ ବୋଲି ରାୟଗଡା ଜୁନିୟର ରେଡ଼କ୍ରୋସ ତୋରଫୋରୁ ସୂଚନା ପ୍ରଦାନ କରିଥିଲେ।