Saturday, October 10, 2026
Home ଜାତୀୟ ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ଅଭିବାଦନ ଜଣାଇଲେ ପ୍ରଧାନମନ୍ତ୍ରୀ

36

ନୂଆଦିଲ୍ଲୀ,୧୫/୦୧/୨୦୨୦ ; ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେନା ଦିବସ ଉପଲକ୍ଷେ ଭାରତୀୟ ସେନାର ସାହସ ଓ ବୀରତ୍ୱକୁ ଅଭିବାଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଭାରତୀୟ ସେନା ଭାରତମାତାର ଗର୍ବ ଓ ଗୌରବ । ସେନା ଦିବସ ଉପଲକ୍ଷେ ମୁଁ ସମସ୍ତ ସୈନିକଙ୍କ ଅଦମ୍ୟ ସାହସ, ଶୌର୍ୟ୍ୟ ଏବଂ ପରାକ୍ରମକୁ ସମ୍ମାନ ଜଣାଉଛି।

ଆମ ସେନା ବୀରତ୍ୱ ଓ ଉତ୍ସର୍ଗୀକୃତ ଭାବନା ପାଇଁ ଜଣାଶୁଣା । ଏହା ମଧ୍ୟ ନିଜର ମାନବୀୟ ମୂଲ୍ୟବୋଧ ପାଇଁ ସମ୍ମାନର ହକଦାର । ଯେତେବେଳେ ଜନସାଧାରଣ ସେମାନଙ୍କ ସାହାଯ୍ୟ ଲୋଡିଥାନ୍ତି, ସେନାବାହିନୀ ସଦାସର୍ବଦା ସେମାନଙ୍କ ସହ ଛିଡା ହୋଇଥାନ୍ତି ଏବଂ ସେମାନଙ୍କ ସେବା କରିଥାନ୍ତି । ଆମ ସେନାବାହିନୀ ପାଇଁ ଆମେ ଗର୍ବିତ ।”

(ସ୍ରୋତ-ପିଆବି)