Thursday, November 12, 2026
Home ଆଞ୍ଚଳିକ ଛାତ୍ରୀ ଆତ୍ମ ରକ୍ଷା ପ୍ରଶିକ୍ଷଣ ଉଦଯାପିତ

ଛାତ୍ରୀ ଆତ୍ମ ରକ୍ଷା ପ୍ରଶିକ୍ଷଣ ଉଦଯାପିତ

31


ବେଲଗୁଣ୍ଠା, ୧୧/୦୯, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଠ ଦିନ ବ୍ୟାପି ଚାଲିଥିବା ଛାତ୍ରୀ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଉଦଯାପିତ ହୋଇଯାଇଛି ଜ୍ଝଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ବରେ କାର୍ୟ୍ୟକ୍ରମରେ ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଶିକ୍ଷଣର ଠିକ ଉପଯୋଗ କରିବାକୁ ପରାମର୍ଶ ଦେଇଥିଲେ ଜ୍ଝମୁଖ୍ୟବକ୍ତା ରୂପେ ଜ଼ିଲ୍ଲା ସଂଯୋଜକ ଡ଼ ଅମୃତ ସେଠୀ ଯୋଗ ଦେଇ ଏହି ପ୍ରଶିକ୍ଷଣ ଛାତ୍ରୀ ମାନଙ୍କୁ ଉଚିତ ରାସ୍ତା ଦେଖାଇବ ବୋଲି କହିଥିଲେ ଜ୍ଝ
ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ ସାହୁ ସମ୍ମାନିତ ଅତିଥିରୂପେ ଯୋଗଦେଇ ନିୟମ ସମ୍ପର୍କରେ ଅବଗତ କରାଇଥିଲେ ଜ୍ଝଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇତିହାସ ଅଧ୍ୟାପକ ପ୍ରମୋଦ ଚୌଧୁରୀ, ବରିଷ୍ଠ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ଜ୍ଝକାର୍ୟ୍ୟକ୍ରମ ସଂଯୋଜକ ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଭାଷଣ ଦେଇଥିବାବେଳେ ଅଧ୍ୟାପିକା ରୁନିବାଳା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ ଜ୍ଝଅର୍ଚ୍ଚନା ବିଶ୍ୱାଳ, ସୁନିତା ସେଠୀ, ସୁରଭି ବେହେରା ପ୍ରଶିକ୍ଷଣ ଦେଇଥିଲେ ଜ୍ଝଏହି ଅବସରରେ ଛାତ୍ରୀ ମାନଙ୍କ ଦ୍ୱାରା କୌଶଳ ପ୍ରଦର୍ଶନ କରାଯାଇଥିଲା ଜ୍ଝଅତିଥି ମାନଙ୍କ ଦ୍ୱାରା ଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଦିଆଯାଇଥିଲା