ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସାଧାରଣ ଅଧିବେଶନ

36

ଧରାକୋଟ,୧୦/୦୧(ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଧରାକୋଟ ଶାଖାର ତୃତୀୟ ସାଧାରଣ ଅଧିବେଶନ ଆଜି ନିକଟସ୍ଥ ବାଲ୍ମିକେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶାଖାର କର୍ମକର୍ତ୍ତାଙ୍କ ସହ ବିଜୁ ପଟ୍ଟନାୟକ ସିନିଅର ସିଟିଯେନ୍ ଫୋରମ ବ୍ରହ୍ମପୁର ର କର୍ମକର୍ତ୍ତା ମାନେ ଏହି ଅଧିବେଶନରେ ଉପସ୍ଥିତ ରହିଥିଲେ। ଧରାକୋଟ ଶାଖା ସଭାପତି ଖଲି ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ 213 ଜଣ ଅବସର ପ୍ରାପ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ। ସାଧାରଣ ସମ୍ପାଦକ ବାସୁଦେବ ନାୟକ ବିବରଣୀ ପାଠ କରିଥିବା ବେଳେ ମୂଖ୍ୟ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସୂର୍ଯ୍ୟକାନ୍ତ ପାତ୍ର, ମୂଖ୍ୟ ବକ୍ତା ଭାବେ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ସିମାଚଳ ପ୍ରସାଦ ବିଶୋଇ,ସମ୍ମାନିତ ଅତିଥି ଭାବେ ଡ ଇନ୍ଦୁଭୂଷଣ ପଟ୍ଟନାୟକ,ନବୀନ କୁମାର ପଟ୍ଟନାୟକ, ବେଳଗୁଣ୍ଠା ବ୍ଲକ୍ ସଂଘର ଅଭିମନ୍ୟୁ ପଟ୍ଟନାୟକ,ଶେରଗଡ଼ ବ୍ଲକର ଦିଲୀପ ତ୍ରିପାଠୀ,ସୋରଡ଼ା ବ୍ଲକର ତ୍ରିନାଥ ଗୌଡ଼, ଆସିକା ବ୍ଲକର ଗଣେଶ ରଥ,ଅବସର ପ୍ରାପ୍ତ ଶାଖା ପରିଚାଳକ ପ୍ରଦୀପ ପାଣିଗ୍ରାହୀ, କେଦାର ଗୌରୀ ଭଞ୍ଜ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ବସନ୍ତ କୁମାର ମିଶ୍ର,ତ୍ରିନାଥ ପାତ୍ର ଓ ପୃଥ୍ବୀରାଜ ପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଆଜିର ବୈଠକ ରେ ବରିଷ୍ଠ ନାଗରିକ ମାନଙ୍କୁ ପୋଲିସ ପରିଚୟ ପତ୍ର ପ୍ରଦାନ,ମାଗଣା ସ୍ବାସ୍ଥ୍ୟ ସେବା, ବସ ଓ ଟ୍ରେନ ଯାତ୍ରାରେ ରିହାତି,ସ୍ୱଳ୍ପ ସୁଧରେ ଋଣ,ମାଗଣା ଆଇନ ସହାୟତା,ସରକାରୀ ନିଷ୍ପତିରେ ଭାଗିଦାରୀ,ବରିଷ୍ଠ ଙ୍କ ସୁଚିନ୍ତିତ ମତାମତ,ଚିକିତ୍ସା ଭତା,ସତୁରୀ ବର୍ଷରୁ ବର୍ଦ୍ଧିତ ଭତା ଓ ବ୍ୟାଙ୍କ ସହଯୋଗରେ ସ୍ବାସ୍ଥ୍ୟ ପରୀକ୍ଷା ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା । କର୍ମମୟ ଜୀବନ ବିତିଯାଇଥିବାରୁ ଅବସର କାଳୀନ ଜୀବନ କିପରି ନିରାମୟ ରେ ବିତିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରିଷ୍ଠ ନାଗରିକ ପୀତବାସ ପାଣିଗ୍ରାହୀ, କାଳୁ ଚରଣ ତ୍ରିପାଠୀ ଓ ବିପିନ ବିହାରୀ ଦାସ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।