ଧରାକୋଟ ରେ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ମେଳା

130

ଧରାକୋଟ,୦୯/୦୧: ଧରାକୋଟ ବ୍ଲକ ଜିଲ୍ଲାପ୍ରଶାସନର ନିଦ୍ଧେର୍ଶ କ୍ରମେ ଧରାକୋଟ ବ୍ଲକ ପ୍ରଶାସନ ତରଫରୁ ମିଶନ ଶକ୍ତି ଋଣ ମେଳା ଆଜି ସ୍ଥାନୀୟ ମିନି ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଋଣ ମେଳା ରେ ମୂଖ୍ୟ ଅତିଥି ରୂପେ ଆସିକା ସାଂସଦ ପ୍ରମିଳା ବିଷୋୟୀ ସମ୍ମାନିତ ଅତିଥି ରୂପେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳୀ ଦେବୀ, ତହସିଲଦାର କବିରାଜ ପ୍ରଧାନ, ପ୍ରମୁଖ ଋଣ ମେଳା ରେ ମଞ୍ଚାସିନ ରହିଥିଲେ।ଏହି କାର୍ୟ୍ୟକ୍ରମ କୁ ବିଡ଼ିଓ ଡେନିସ ବେହେରା ପରିଚାଳନା କରିଥିଲେ। ବ୍ଲକର ୧୨୩୬ଗୋଟି ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ୩୯୬ ଗୋଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୧୪କୋଟି ୪୧ଲକ୍ଷ ୯୬ହଜାର ଟଙ୍କା ଆର୍ଥିକ ଋଣ ପ୍ରଦାନ କରାଯାଇଥିଲା।ଏହାସହ ଋଣ ମେଳା ରେ ମହିଳା ମା ମାନଙ୍କ ଦ୍ଵାରା ବିଭିନ୍ନ ଷ୍ଟଲ୍ ଲଗାଯାଇ ଉତ୍ପାଦିତ ସାମଗ୍ରୀ ଗୁଡିକ ପ୍ରଦର୍ଶିତ କରାଯାଇଥିଲା। ମଞ୍ଚାସୀନ ଅତିଥି ମାନେ ଓଡ଼ିଶା ସରକାରଙ୍କର ବିକାଶ କାର୍ୟ୍ୟ ଓ ବିଭିନ୍ନ ଯୋଜନାରେ ନାରୀ ମାନଙ୍କର ଅଗ୍ରଣୀ ଭୂମିକା କୁ ପ୍ରଶଂସା କରିଥିଲେ। ସରକାର ଙ୍କ ମମତା ଯୋଜନା ଠାରୁ ହରିଶ୍ଚନ୍ଦ୍ର ଯୋଜନା ର ଉପାଦେୟତା କୁ ପରିପ୍ରକାଶ କରିଥିଲେ। ମିଶନ ଶକ୍ତି ମାଧ୍ୟମରେ ଗରିବ ପରିବାର ର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ସହ ସଶକ୍ତିକରଣ କିପରି କରାଯାଉଛି ଏବଂ ଏଥିରେ ରହିଥିବା ସରକାର ଙ୍କ ସହଭାଗିତା କୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ।ଏହି ଋଣ ମେଳା ରେ କୃଷି,ଓଡ଼ିଶା ମିଲେଟ ମିଶନ, ଗୋଷ୍ଠୀ ସାଧନ କେନ୍ଦ୍ର ପ୍ରାଣୀ ସମ୍ପଦ, ସ୍ବାସ୍ଥ୍ୟ, ସମନ୍ୱିତ ଶିଶୁ ବିକାଶ, ପୋଲିସ, ଅଗ୍ନିଶମ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଉତ୍ପାଦିକା ସଂଘ, ଗଂଜାମ ହାଟ, ପ୍ରଭୃତି ବିଭାଗ ତରଫରୁ ଷ୍ଟଲ୍ ଖୋଲାଯାଇ ସଚେତନ କରାଯାଇଥିଲା।ଆଜିର ମେଳାରେ ୬ଗୋଟି ବ୍ୟାଙ୍କ ଉପସ୍ଥିତ ରହି ଋଣ ପ୍ରଦାନ ରେ ସହଭାଗିତା କରିଥିଲେ।ପ୍ରସାର ଭାରତୀ ତରଫରୁ ଶିବାନନ୍ଦ ବାରିକ୍ କାର୍ୟ୍ୟକ୍ରମ କୁ ଉତ୍କର୍ଷତା ର ସହିତ ସଂଯୋଜନା କରିଥିଲେ।ଜଣେ ଆଦର୍ଶ ତଥା ସୁନାମ ଧନ୍ୟ ଶିକ୍ଷୟିତ୍ରୀ ଭାବେ ସରଧାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ରଶ୍ମିତା ରାଉଳ ନାରୀ ଜାତି ପାଇଁ ସଚେତନତା ର ବାର୍ତ୍ତା ପ୍ରଦାନ କରୁଥିବା ସାଂସ୍କୃତିକ କାର୍ୟ୍ୟକ୍ରମ ଛାତ୍ରୀ ମାନଙ୍କ ଦ୍ବାରା ପରିବେଷିତ କରାଇଥିଲେ। ଆଜିର କାର୍ୟ୍ୟକ୍ରମ ରେ ବ୍ଲକର ୧୮ଗୋଟି ପଞ୍ଚାୟତର ୫ହଜାରୁ ଉର୍ଦ୍ଧ ମହିଳା ଯୋଗଦେଇଥିଲେ।ଏବିଡିଓ ସୁଶିଲ ପଟ୍ଟନାୟକ କାର୍ୟ୍ୟକ୍ରମ ରେ ଧନ୍ୟବାଦ ଅର୍ପଣ କରିଥିବାବେଳେ ଓଡିଶା ଜିବିକା ମିଶନ ର ସମସ୍ତ କର୍ମଚାରୀ ସକ୍ରୀୟ ସହଯୋଗ ପ୍ରଦାନ କରିଥିଲେ ସରକାରଙ୍କ ତରଫରୁ ଏପରି କାର୍ୟ୍ୟ କ୍ରମ ଆୟୋଜନ ହେବା ଦ୍ବାରା ସମାଜରେ ମହିଳା ମାନେ ସ୍ବାବଲମ୍ବୀ ହେବା ପାଇଁ ନୂତନ ଆଶା ସଞ୍ଚାର ହେଇପାରିଛି।