
ଗୁଣୁପୁର, ୮/୦୧(ଜିଲ୍ଲା ଖବର) : ଗୁଣୁପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳା ରେ ଅନୁଷ୍ଠିତ ହୋଇ ଯାଇଛି ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ନୂତନ ବର୍ଷ 2023 ର ଅତିଥି ଭାବେ ଗୁଣୁପୁର ସଦର ଆରକ୍ଷୀ ଅଧିକ୍ଷକ ବିବେକ ଦେହୁରୀ ତହସିଲଦାର ଶରତ ନାୟକ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନୁଞ୍ଜୟ ବେହେରା ଆଦର୍ଶ ଥାନା ଅଧିକାରୀ ନୀଳମ୍ବର ଯାନୀ ସୂଚନା ଲୋକସମ୍ପର୍କ କାର୍ଯ୍ୟାଳୟ ର ଅନନ୍ତ ପାତ୍ର ଯୋଗ ଦେଇ ଥିଲେ ଏହି କାର୍ଯ୍ୟକ୍ରମ ରେ ପ୍ରେସ ୟୁନିଅନ ର ସଭାପତି ପ୍ରମୋଦ କୁମାର ସାହୁ ଅଧକ୍ଷତା କରିଥିବା ବେଳେ ସମ୍ପାଦକ ରାଜେଶ ପଣ୍ଡା ଆବାହକ ଅନିଲ ସାହୁକାର ବରିଷ୍ଠ ସାମ୍ବାଦିକ ତ୍ରିନାଥ ଖାଡ଼ଙ୍ଗା ରବି ମୋହିନୀ ବ୍ରଜ ପାଢ଼ୀ ସନ୍ତୋଷ ଗୁରୁ ସତ୍ୟ କର ରାମ ନାୟକ ରାମ ମହାନ୍ତି ସୁରେନ୍ଦ୍ର ମହାନ୍ତି କାଳିଆ ରଥ ଦିପୁ ପଣ୍ଡା ପ୍ରମୁଖ ଯୋଗ ଦେଇ ଥିଲେ ।


ବୈଠକ ରେ ମୁଖ୍ୟତଃ ଗୁଣୁପୁର ର ଡାକ୍ତରୀ ସମସ୍ୟା ପାଇଁ ଖୁବ ଶୀଘ୍ର ଏକ ପ୍ରତିନିଧ ଦଳ ସ୍ୱାସ୍ଥ୍ୟ ବିଭାଗ ର ସଚିବ ଶାଳିନୀ ପଣ୍ଡିତ ଙ୍କୁ ଯୋଗାଯୋଗ କରିବା ସହ ସଦର ହସ୍ପିଟାଲ ରେ ସ୍ଥାୟୀ ଡାକ୍ତର ଉପରେ ଅଧିକା ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନିଆ ଯାଇଥିଲା ଏତଦ ବ୍ୟତୀତ ପୁନଃ ମନ୍ଦିର ଗୁଡିକ ର ପୁନଃରୁଦ୍ଧାର ପାଇଁ 5 ଟି ସଚିବ ଏବଂ ଆଇନ ମନ୍ତ୍ରୀ ଙ୍କୁ ମଧ୍ୟ ଯୋଗାଯୋଗ କରିବା ସହ ଚିଲଡ୍ରେନ ପାର୍କ ଏବଂ ଅନ୍ୟାନ୍ୟ ଅନୁସାଙ୍ଗିକ ବିଷୟ ଉପରେ ଆଲୋଚନା କରାଯାଇ ଥିଲା ଏବଂ ଖୁବ ଶୀଘ୍ର ଏ ସମସ୍ତ ବିଷୟରେ ଆଗାମୀ ଦିନ ଆବଶ୍ୟକ ଆଲୋଚନା କରାଯିବ ବୋଲି ପ୍ରେସ ୟୁନିଅନ ସଭାପତି ପ୍ରମୋଦ କୁମାର ସାହୁ ଜଣାଇଛନ୍ତି ।




