
ଗୁଣୁପୁର-୭/୧: ସ୍ଥାନୀୟ ଜି ଆଇ ଇ ଟି ବିଶ୍ବ ବିଦ୍ୟାଳୟର ଏମ ବି ଏ ବିଭାଗ ପକ୍ଷରୁ ଦୁଇଦିନିଆ ମ୍ୟାନେଜମେଣ୍ଟ ଫେଷ୍ଟ-“ଉଡାଣ-୨୩” କାଯ୍ୟକ୍ରମ ଉଦଘାଟିତ ହୋଇଯାଇଛି।ଏହି ଫେଷ୍ଟକୁ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ବେହୁରା ଯୋଗ ଦେଇ ଶୁଭ ଉଦଘାଟନ କରି ଛାତ୍ରଛାତ୍ରୀମାନେ ନିଜର ସଫ୍ଟ ସ୍କିଲକୁ ବୃଦ୍ଧି କରିବା ସହ ଆଧ୍ୟାତ୍ମିକ ବିଷୟରେ ଜ୍ଞାନ ଆହରଣ କରବା ପାଇଁ କହିଥିଲେ।ଏହା ସହ ସାଇବର କ୍ରାଇମ, ସାଇବର ଫ୍ରଡ଼, ସଡକ ସୁରକ୍ଷା ଏବଂ ସଡକ ଦୁର୍ଘଟଣାରୁ କିପରି ନିବୃତ୍ତ ରହିପାରିବ ସେ ନେଇ ମତ ପ୍ରକାଶ କରିଥିଲେ । ସଂମାନୀୟ ଅତିଥି ଭାବେ ବିଶ୍ୱ ବିଦ୍ୟାଳୟ ର ସଭାପତି ଡ଼ଃ ସତ୍ୟ ପ୍ରକାଶ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନେ ଉଚ୍ଚ ସ୍ୱପ୍ନ ଦେଖି ତାକୁ ସାକାର କରିବା ସହ ନିଜେ ଜଣେ ଜଣେ ଉଦ୍ୟମି ହେବାର ପାଇଁ ଆହ୍ଵାନ ଦେଇଥିଲେ।ଏହାସହ ଦେଶର ସର୍ବାଙ୍ଗୀନ ଉନ୍ନତିରେ ନିଜର ଗୁରୁ ଦାଇତ୍ୱ ତୁଲାଇବା ପାଇଁ ଉଚ୍ଛାହିତ କରିଥିଲେ। ଅନୁଷ୍ଠାନ ର ମହାନିର୍ଦେଶ ଡ଼ଃ ଜଗଦୀଶ ପଣ୍ଡା,ଡ଼ିନ ଏକାଡେମିକ ଡ଼ଃ ଏ ଭି ଏନ ଏଲ ଶର୍ମା ପ୍ରମୁଖ ମଞ୍ଚସିନ ରହି ନିଜ ମତବ୍ୟକ୍ତ କରିଥିଲେ। ଏଥିରେ ଏମ ବି ଏ ବିଭାଗର ଡ଼ିନ ଡ଼ଃ ଏମ ଜଗଦୀଶା ସ୍ୱାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ଡ଼ଃ ସୁବାସୀଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ମ୍ୟାନେଜମେଣ୍ଟ ଫେଷ୍ଟ-“ଉଡାଣ-୨୩” କାଯ୍ୟକ୍ରମ ଦୁଇ ଦିନ ଧରି ଚାଲିବ।ଏହି ଫେଷ୍ଟ ନିମନ୍ତେ ପୂର୍ବରୁ ବିଭିନ୍ନ ପ୍ରକାର ପ୍ରତିଯୋଗୀତା ମାନ ଯଥା ଟେକନିକାଲ, ନୋନ-ଟେକନିକାଲ,ରଙ୍ଗୋଲି, ମେହଣ୍ଡି,ମେହେନ୍ଦୀ ଓ ଚିତ୍ରଙ୍କନ ପ୍ରଭୁତି ଆୟୋଜନ କରାଯାଇଥିଲା।ଏହି କାର୍ୟ୍ୟକ୍ରମରେ ବିଭାଗର ଅଧ୍ୟାପକ, ଅଧ୍ୟାପିକା,ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।ଏହି ଫେଷ୍ଟକୁ ଅଧ୍ୟାପକ ଦେବାଶିଷ ମହାପାତ୍ର ପରିଚଳନା କରିଥିଲେ।



