ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷ ରୁ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ

18

ଗୁଣୁପୁର-୬-୦୧: ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ପୋଷ୍ୟ ଗ୍ରାମ ରେଗଡ଼ା ପଞ୍ଚୟତ ରେଗଡ଼ା ଗ୍ରାମରେ ସେବା ଯୋଜନାର ୟୁନିଟ-୧ (ପୁରୁଷ) ପକ୍ଷରୁ ଶୀତକାଳୀନ ସ୍ୱତନ୍ତ୍ର ସେବା ଶିବିର ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ ଉତ୍ସଵରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଶାନ୍ତି ପ୍ରଭା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର ର ଶୁଭ ଉଦ୍ଘାଟନ କରି ଏହି ଭଳି କାଯ୍ୟକ୍ରମରେ ଇଞ୍ଜିନିୟରିଂ ଛାତ୍ରମାନେ ଅଂଶଗ୍ରହଣ କରିଥିବାରୁ ମୁଁ ବହୁତ ଆନନ୍ଦିତ।ଏହି।ସ୍ବେଛାସେବୀ ମାନେ ଗ୍ରାମାଞ୍ଚଳର ଉର୍ଣ୍ଣତି ପାଇଁ ବିଭିନ୍ନ କୌଶଳ ମାଧ୍ୟମରେ ଗ୍ରାମାଞ୍ଚଳର ସମସ୍ୟାର ସମାଧାନ ପାଇଁ ଆଗକୁ ଆସିବା ପାଇଁ ପ୍ରବର୍ତଇଥିଲେ। ସଂମାନୀୟ ଅତିଥି ଭାବେ ରେଗଡ଼ା ସରପଞ୍ଚ ଶ୍ରୀ ଜୁଗୁଲୁ ଶବର ଯୋଗ ଦେଇ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ନିଜ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଥିବାରୁ ଅନୁଷ୍ଠାନ କୁ ଧନ୍ୟବାଦ ଜଣାଇଥିଲେ। ସେବା ଯୋଜନାର ଜିଲ୍ଲା କାର୍ୟ୍ୟକ୍ରମ ଅଧିକାରୀ ଡ଼ଃ ଶଶୀ ଭୂଷଣ ମହାନ୍ତି ଯୋଗ ଦେଇ ସେବା ଯୋଜନା ର ଆଭିମୁଖ୍ୟ ବିଷୟରେ କହିଥିଲେ।ବିଶ୍ବବିଦ୍ୟାଳୟର ଡ଼ିନ ଏକାଡେ଼ମୀ ଡ଼ଃ ଏ ଭି ଏନ ଏ ଲ ଶର୍ମା ,ପରୀକ୍ଷା ନିରୀକ୍ଷକ ପି ବିଜୟ କୁମାର ମଞ୍ଚସିନ ଥିଲେ। କାର୍ୟ୍ୟକ୍ରମ ଅଧିକାରୀ ଡ଼ଃ ପ୍ରେମାନସୁ ଶେଖର ରଥ ଏହି ସାତ ଦିନରେ ଅନୁଷ୍ଟିତ ହେବାକୁ ଥିବା ବିଭିନ୍ନ କାର୍ୟ୍ୟକ୍ରମର ବିଷୟରେ ସୂଚନା ପ୍ରଦାନ କରିଥିଲେ।ଅଧ୍ୟାପିକା ଘନିଷ୍ଠା ପୃଷ୍ଟି ମଞ୍ଚ ପରିଚାଳନା କରିଥିଲେ।ସେହିପରି ଅନୁରୁପ ଭାବେ ନରସିଂହମୁଣ୍ଡା ଗ୍ରାମରେ ସେବା ଯୋଜନାର ୟୁନିଟ ୨(ମହିଳା) ବିଭାଗ ପକ୍ଷରୁ ମଧ୍ୟ ଏହି ଶୀତକାଳୀନ ଶିବିର ଉଦଘାଟିତ ହୋଇଥିଲା।ଏହିରେ ଶିବିରକୁ କାର୍ୟ୍ୟକ୍ରମ ଅଧିକାରୀ ରଶ୍ମି ପ୍ରଭା ମହାରଣା ପରିଚଳନା କରିଥିଲେ।ଏହି ଦୁଇଟି ଶିବିରରେ ବିଶ୍ବ ବିଦ୍ୟାଳୟର କର୍ମଚାରୀ ଉପସ୍ଥିତ ରହି ସ୍ବେଚ୍ଛାସେବୀ ମାନଙ୍କୁ ଉଚ୍ଚାହିତ କରିଥିଲେ। ପ୍ରେତ୍ୟକ ଶିବିର ରେ ୫୦ ଜଣ ସ୍ବେଚ୍ଛାସେବୀ ଭାଗ ନେଇଥିଲେ।