ଉଦଘାଟିତ ହେଲା ଗ୍ରାମାଞ୍ଚଳ କ୍ରିକେଟ ଟୁର୍ନାମେଣ୍ଟ : ନିୟୁ ଇୟର କପ

51

୦୩/୧ : ସାରା ବିଶ୍ୱରେ କ୍ରୀଡା ଜଗତରେ ସମସ୍ତଙ୍କୁ କିମିଆଁ କରି ସାରିଛି କ୍ରିକେଟ ଖେଳ, ଜାତୀୟ, ଅନ୍ତର୍ଜାତୀୟ, ଗ୍ରାମାଞ୍ଚଳ ସବୁଠି କ୍ରିକେଟ ଖେଳର ଆଦୃତ ପରିଲିକ୍ଷିତ ହେଉଛି, ସାଧାରଣତ ଶୀତ ଋତୁ ଆସିଲେ ଗ୍ରାମାଞ୍ଚଳ ମାନଙ୍କରେ ବିଭିନ୍ନ ସ୍ଥାନରେ କ୍ରିକେଟ ଟୁର୍ନାମେଣ୍ଟମାନ ଆୟୋଜନ ହେଉଥିବାର ପରିଲିକ୍ଷିତ ହୁଏ, ତେବେ ରାଧାକୃଷ୍ଣ କ୍ରିକେଟ କ୍ଲବ ଗୁଳା ଆନୁକୂଲ୍ୟରେ ଦଶମତମ “ନିୟୁ ଇୟର କପ “ଉଦଘାଟିତ ହୋଇଯାଇଛି ଏହି ଉଦଘାଟିତ ଉତ୍ସବ ରେ ସନମାନିତା ଅତିଥି ଭାବେ ଯୋଗଦେଇଥିଲେ ସମାଜସେବୀ କୈଳାସ ଚନ୍ଦ୍ର ମହାନ୍ତି, କଣ୍ଡିରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ଅମର କୁମାର ରାଉତ,ଏବଂ ଯୁବ ସମାଜସେବୀ ଗଗନ ବିହାରୀ ଦାସ ଓ ଯୁବନେତା ନବକିଶ୍ଵର ମହାନ୍ତି,ଆନୁଷ୍ଠାନିକ ଭାବେ ଫିତା କାଟି ଅମର ରାଉତ ମ୍ୟାଚକୁ ଉଦଘାଟିତ କରିଥିଲେ,ଏହି ମ୍ୟାଚ ସମୁଦାୟ ୮ ଟି ଦଳ ମଧ୍ୟରେ ଖେଳାଯିବ, ସୀମିତି ସମୟ ଅବଧି ଅର୍ଥାତ ସମ୍ପୂର୍ଣ୍ଣ ଖେଳ ଦୁଇ ଦିନ ରେ ଶେଷ କରିବାକୁ ଆୟୋଜକ ମାନେ ସୂଚନା ଦେଇଛନ୍ତି, ଆଜିର ପ୍ରଥମ ମ୍ୟାଚ କଣ୍ଡିରା ଓ ସାନବଡ଼ ଗୋପାଳପୁର ମଧ୍ୟରେ ଖେଳାଯାଇଥିଲା, ଏହି ନିୟୁ ଇୟର କପ ଆସନ୍ତା ଚାରି ତାରିଖରେ ଉଦଯାପିତ ହେବାର ସୂଚନା ଅଛି,