
ମୁଣ୍ଡମରାଇ ,୩/୧ : ସ୍ଥାନୀୟ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଦିଗାମ୍ବର ବିଷୋୟୀଙ୍କ ସଭାପତିତ୍ଵରେ ୨୯ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଧରାକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଡ଼େନିସ ବେହେରା ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ବଡ ମଣିଷ ହେବାପାଇଁ ସୁନ୍ଦର ଉପଦେଶ ପ୍ରଦାନ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ ହୋତା
ଶ୍ରୀ ବୁଚିରାଓ ଦୋରା, ସ୍ଥାନୀୟ ମେଡିକାଲ ଅଫିସର ଡ. ସଙ୍ଘମିତ୍ରା ଜେନା ସମ୍ମାନୀୟ ଅତିଥ୍ ଭାବେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ। ବରିଷ୍ଠ ଅଧ୍ୟାପକ ଶ୍ରୀ ଶଙ୍କର ସାହୁ ଅଧ୍ୟୟନ ପାଇଁ ଅଧ୍ୟାତ୍ମିକତାର ଉପଯୋଗିତା ବିଷୟରେ ନିଜର ସୁଚିନ୍ତିତ ମତ ପ୍ରକାଶ କରିଥିଲେ। ଗତ ଯୁକ୍ତ ଦୁଇ ପରୀକ୍ଷାରେ କଳା ସ୍ରୋତରେ ଶୀର୍ଷ ସ୍ଥାନ
ଗ୍ରହଣ କରିଥିବା ସୁଶ୍ରୀ ପଦ୍ମିନୀ କୁମାରୀ ପାଢୀ,ଶ୍ରୀ ମନୋଜ କୁମାର ମୁନୀ, ଶ୍ରୀ ଶିବରାମ ସେଠୀ ଓ ବିଜ୍ଞାନ ସ୍ରୋତରେ ସୁଶ୍ରୀ ଇଞ୍ଜିତାରାଣୀ ମୁନୀ, ଶ୍ରୀ ଦୀପକ ସ୍ବାଇଁ, ସୁଶ୍ରୀ ଶ୍ରୀମତୀ ପ୍ରଧାନ ଓ ସୁଶ୍ରୀ ପୁଷ୍ପାଞ୍ଜଳି ପ୍ରଧାନଙ୍କୁ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । ରାଜନୀତି ଅଧ୍ୟାପକ ଶ୍ରୀ କେ.ଦୂର୍ଗାପ୍ରସାଦ ଆଚାରୀ ମଞ୍ଚ ପରିଚାଳନା କରିଥିବା ବେଳେ ଇତିହାସ ଅଧ୍ୟାପକ ଶ୍ରୀ ରଞ୍ଜନ କୁମାର ପାଟଜୋଶୀ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ବାର୍ଷିକ ଉତ୍ସବରେ ସହଯୋଗ କରିଥିଲେ। ସଭା ଶେଷରେ ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।



