ଜୀବନବ୍ୟାପୀ ନିଦ୍ଗାପର ସାଧନା ହିଁ ଛାତ୍ରମାନଙ୍କୁ ଶୀର୍ଷ ସ୍ଥାନରେ ପହଞ୍ଚାଇଥାଏ(ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଦ୍ଗା ଦିବସ ପାଳନ ଅବସରରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ମତ)

50

ଗୋପାଳପୁର, ତା. ୨|୧; ପ୍ପଜୀବନବ୍ୟାପୀ ନିଦ୍ଗାପର ସାଧନା ହିଁ ଛାତ୍ରମାନଙ୍କୁ ଶୀର୍ଷସ୍ଥାନରେ ପହଞ୍ଚାଇଥାଏ ।
ଏଥିପାଇଁ ଜୀବନରେ ବହୁ ବନ୍ଧୁରପଥ ଦେଇ ଗତି କରିବାକୁ ପଡେ଼ । ଜୀବନ ବିକାଶରେ ମୂଲ୍ୟବୋଧ ହିଁ ବଡ଼
ଉପାଦାନ । ଶିକ୍ଷାନୁଦ୍ଗାନଗୁଡ଼ିକର ଶୈକ୍ଷିକ ଓ ଭାବପ୍ରବଣତାର ବିକାଶ ହେଉଛି ଯଥାର୍ଥରେ ଏହାର ଭିତ୍ତିଭୂମିର
ବିକାଶଡ୍ଗ – ଏହା ପ୍ରକାଶ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ
ସୁବ୍ରତ୍ ବାଗ୍ଚୀ । ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୫୭ତମ ପ୍ରତିଦ୍ଗା ଦିବସ ପାଳନ ଅବସରରେ ମୁଖ୍ୟ
ଅତିଥିଭାବରେ ଯୋଗଦେଇ ସେ ଆହୁରି କହିଥିଲେ ଯେ- ପ୍ପଏହି ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଖୁବ୍ ଶୃଙ୍ଖଳିତ,
ଧୈର୍ଯ୍ୟଶୀଳ, ଜ୍ଞାନପିପାସୁ ଏବଂ ଏହି ଶିକ୍ଷାନୁଦ୍ଗାନର ପରିସର ଅତ୍ୟନ୍ତ ସ୍ୱଚ୍ଛ ଓ ନିର୍ମଳ । ଧୈର୍ଯ୍ୟ, ସ୍ୱଚ୍ଛତା ଓ
ନିର୍ମଳତା ସହିତ ଲକ୍ଷ୍ୟ ଓ ଏକାଗ୍ରତା ହିଁ ଛାତ୍ରମାନଙ୍କୁ ସଫଳତାର ପାହାଚ ପରେ ପାହାଚ ଚଢ଼ାଇଥାଏ । ଏସବୁ
ସମ୍ଭବ ହୁଏ ଦୃଢ଼ ଇଚ୍ଛାଶକ୍ତି ବଳରେ । ଏହି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର କାର୍ଯ୍ୟପନ୍ଥା ବିଶ୍ୱବିଦ୍ୟାଳୟକୁ ଆହୁରି
୧୦୦ ବର୍ଷ ଆଗକୁ ଆଗେଇ ନେଇପାରିବଡ୍ଗ ବୋଲି ସେ ମତ ପ୍ରକାଶ କରିଥିଲେ ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ଗୀତାଞ୍ଜଳି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଦ୍ଗିତ ଏହି ସମାରୋହରେ
ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ
ସ୍ମୃତିରେ ଗ୍ଧକବିସମ୍ରାଟ ଉପେନ୍ଦ୍ରଭଞ୍ଜ ଜାତୀୟ ପୁରସ୍କାରଗ୍ଦ ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ସ୍ୱରୂପ ଶ୍ରୀ
ମହାପାତ୍ରଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି ସହିତ ଉପଢେ଼୍ଭକନ ଓ ମାନପତ୍ର ଦିଆଯାଇଥିଲା । ଶ୍ରୀ ମହାପାତ୍ର
ତାଙ୍କର ବକ୍ତବ୍ୟରେ କହିଲେ ଯେ- କବି ହେବା ଅତ୍ୟନ୍ତ କଠିନ ବ୍ୟାପାର । ସେଥିପାଇଁ କବିସମ୍ରାଟ
ଉପେନ୍ଦ୍ରଭଞ୍ଜଙ୍କ ପରି କବିମାନଙ୍କର ଉଦାହରଣ ଦେଇ ତାଙ୍କର ଜୀବନବ୍ୟାପୀ ସାଧନାକୁ ସେ ସ୍ମରଣ କରିଥିଲେ ।
ଏହି ପୁରସ୍କାର କେବଳ ତାଙ୍କୁ ନୁହେଁ, ବରଂ ଯୁବପିଢ଼ିଙ୍କୁ ଅଧିକ ପ୍ରେରଣା ଓ ଉତ୍ସାହ ଦେବ ବୋଲି ସେ ପ୍ରକାଶ
କରିଥିଲେ । ଏପରି ଏକ ଜାତୀୟ ପୁରସ୍କାରରେ ପୁରସ୍କୃତ ହୋଇଥିବାରୁ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସମେତ
ସମଗ୍ର ଦକ୍ଷିଣ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ଏହି ଉତ୍ସବରେ ଓଡ଼ିଶାର ଜନପ୍ରିୟ ଲୋକକବି ତଥା ପଦ୍ମଶ୍ରୀ ପୂର୍ଣ୍ଣମାସୀ ଜାନିଙ୍କୁ ଗ୍ଧଦକ୍ଷିଣ ଓଡ଼ିଶା
ଲୋକସଂସ୍କୃତି ସମ୍ମାନଗ୍ଦ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ସ୍ୱରୂପ ତାଙ୍କୁ କୋଡ଼ିଏ ହଜାର ଟଙ୍କାର ଅର୍ଥରାଶି,
ମାନପତ୍ର ଓ ଉପଢେ଼୍ଭକନ ଦିଆଯାଇଥିଲା । ପୁନଶ୍ଚ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଓ ଯଶସ୍ୱୀ ଛାତ୍ରୀ ତଥା
ସଂପ୍ରତି କିଟ୍ ମାନିତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ସସ୍ମିତା ସାମନ୍ତ ଯୋଗ ଦେଇଥିଲେ । ବ୍ରହ୍ମପୁର
ବିଶ୍ୱବିଦ୍ୟାଳୟର ଖ୍ୟାତି କିପରି ଦେଶ ବିଦେଶକୁ ପରିବ୍ୟାପ୍ତ ହୋଇପାରିବ, ବହୁ ଉଦାହରଣ ଦେଇ ସେ
ସେସବୁର ବ୍ୟାଖ୍ୟା କରିଥିଲେ । ତାଙ୍କୁ ଗ୍ଧପ୍ରାକ୍ତନ ଛାତ୍ରୀ ସମ୍ମାନଗ୍ଦରେ ସମ୍ମାନିତ କରାଯାଇଥିବାରୁ ବିଶ୍ୱବିଦ୍ୟାଳୟ
ନିକଟରେ ସେ ଋଣୀ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ଐତିହାସିକ ଓ ସାମାଜିକ କର୍ମୀ
ପାରଳାଖେମୁଣ୍ଡିର ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ବିଶିଷ୍ଟ ନାଟ୍ୟକାର ଓ ନାଟ୍ୟ ନିଦେ୍ର୍ଧଶକ
ପ୍ରଫେସର୍ ରମାରମଣ ପାଢ଼ୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ପ୍ରତାପ କୁମାର ମହାନ୍ତି ସ୍ୱାଗତ
ଭାଷଣ ଦେଇଥିଲେ । କୁଳପତି ପ୍ରଫେସର ଦାଶ ତାଙ୍କ ବକ୍ତବ୍ୟରେ ବିଶ୍ୱବିଦ୍ୟାଳୟର କୃତି ଓ କୃତିତ୍ୱ ସଂପର୍କରେ
ସୂଚନା ଦେବା ସହିତ ଏହାର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସମ୍ବର୍ଦ୍ଧିତ
ଅତିଥିମାନଙ୍କ ଉଦେ୍ଧଶ୍ୟରେ ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ଡ. ଶାରଦା ପ୍ରସାଦ ସାହୁ, ଡ. ସରିତା ଦାସ, ଡ.
ସମୀର ଭୋଇ ଏବଂ ଶ୍ରୀ ଶକ୍ତିରଞ୍ଜନ ଦାଶ ମାନପତ୍ର ପାଠ କରିଥିଲେ । ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି
ପ୍ରଫେସର ଦାଶ ମୁଖ୍ୟ ଅତିଥି ଶ୍ରୀ ବାଗ୍ଚୀଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ସମାରୋହରେ
ବିଶ୍ୱବିଦ୍ୟାଳୟର କୃତି ଛାତ୍ରଛାତ୍ରୀ, ଗବେଷକ ଓ କର୍ମଚାରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଶ୍ୱବିଦ୍ୟାଳୟର
କୁଳସଚିବ ପ୍ରଫେସର୍ ପ୍ରସନ୍ନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହାପରେ ମୁଖ୍ୟ ଅତିଥି ଶ୍ରୀ ବାଗ୍ଚୀ
ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ସହିତ ପ୍ରାୟ ଦୁଇଘଣ୍ଟାରୁ ଊର୍ଦ୍ଧ୍ୱକାଳ ଧରି ଦେଶ ଓ ଜାତି ଗଠନରେ ସେମାନଙ୍କର
ଯୋଗଦାନ ଓ ଛାତ୍ରମାନଙ୍କର ଦକ୍ଷତାର ସୁବିନିଯୋଗ ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ
ଓଡ଼ିଶାର ବହୁ ନିମନ୍ତ୍ରିତ ଅତିଥିଙ୍କ ସମେତ ବହୁ ପ୍ରାକ୍ତନ ଶିକ୍ଷକ, ବିଶ୍ୱବିଦ୍ୟାଳୟର ଶିକ୍ଷକ, କର୍ମଚାରୀ,
ଗବେଷକ, ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ବିଶ୍ୱବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀମାନଙ୍କ ସକ୍ରିୟ ସହଯୋଗରେ
ଏହି କାର୍ଯ୍ୟକ୍ରମ ସଫଳ ହୋଇଥିଲା ।