ଯୁବକବିଙ୍କୁ କବି କିଶୋର ସମ୍ମାନ

105

ଭଦ୍ରକ,୧/୧(ଜିଲ୍ଲା ଖବର) : ରାଜ୍ୟ ସ୍ତରୀୟ ସାରସ୍ଵତ ସମାରୋହ -୨୦୨୨ ଅବସର ରେ ଜାତୀୟ କବି ଲେଖକ ସଂଗଠନ ପକ୍ଷରୁ ଭଦ୍ରକ ଜିଲ୍ଳାର ଇରମ ଠାରେ ଆୟୋଜିତ ହୋଇଥିବା ସମାରୋହ ରେ ଗଞ୍ଜାମ ଜିଲ୍ଲା ର ଯୁବକବି ପବିତ୍ର ବେହେରାଙ୍କୁ କବି କିଶୋର ସମ୍ମାନ ରେ ସମ୍ମାନିତ କରାଯାଇଛି । ଏହି ରାଜ୍ୟସ୍ତରୀୟ କଳା,ସାହିତ୍ୟ ଏବଂ ସମାରୋହରେ ଓଡିଶାର ବିଭିନ୍ନ ପ୍ରାନ୍ତର ରୁ କବି ଓ ସାହିତ୍ୟକମାନେ ଯୋଗ ଦେଇଥିଲେ।
ମୁଖ୍ୟ ଅତିଥି ବିଶିଷ୍ଟ କବି ଓ ରାଜନେତା ଶ୍ରୀଯୁକ୍ତ ପ୍ରସନ୍ନ ପାଟ୍ଟଶାଣୀ ଓ ସମ୍ମାନିତ ବକ୍ତା ଶ୍ରୀଯୁକ୍ତ ସଂଗ୍ରାମ ସାମନ୍ତରାୟ ଯୁବ କବି ପବିତ୍ର ବେହେରାଙ୍କୁ ମାନପତ୍ର, ଉପଢୌକନ ପ୍ରଦାନ ପୂର୍ବକ ସାରସ୍ଵତ ସମ୍ଭର୍ଦ୍ଧନା କରିଛନ୍ତି। ପରିଶେଷରେ ଯୁବ କବି ପବିତ୍ର ବେହେରା ସମସ୍ତଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରି ଜାତୀୟ କବି ଲେଖକ ସଂଗଠନ ର ସମସ୍ତ ସଦସ୍ୟଙ୍କୁ ଧନ୍ଯବାଦ ଜଣାଇଛନ୍ତି