ଦୈତ୍ୟ ଭ୍ରାମ୍ୟମାଣ ପାଠ୍ୟଚକ୍ର ଅନୁଷ୍ଠିତ

24

ଛତ୍ରପୁର,୧/୧ ଜିଲ୍ଲା ଖବର) : ଆଜି ଶ୍ୟାମ୍ବ ଦଶମୀ ଓ ଇଂରାଜୀ ନବବର୍ଷର ସଂଗମ ବେଳାରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ କେଶପୁର ସ୍ନାତକ ମହାବିଦ୍ୟାଳୟ ଓ ଖେମୁଣ୍ଡି ମହାବିଦ୍ୟାଳୟ, ଦିଗପହଣ୍ଡିର ମିଳିତ ଆନୁକୂଲ୍ୟରେ ଗଂଜାମ ଜିଲ୍ଲାର କେଶପୁର ଠାରେ ଏକ ଦୈତ୍ୟ ଭ୍ରାମ୍ୟମାଣ ପାଠ୍ୟଚକ୍ର କେଶପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ବିନୋଦ ବିହାରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଖେମୁଣ୍ଡି ମହାବିଦ୍ୟାଳୟର ଓଡ଼ିଆ ବିଭାଗ ଅଧ୍ୟାପିକା ପୁଷ୍ପ ଲତା ସାହୁ ମୂଖ୍ୟ ବକ୍ତା ଭାବରେ ଯୋଗ ଦେଇଥିବା ବେଳେ ଅଧ୍ୟାପିକା ଭାରତୀ ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କେଶପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୂଖ୍ୟ ଅଧ୍ୟାପକ ବିଷ୍ଣୁ ପ୍ରସାଦ ଦାସ ଓ ସନ୍ତୋଷ ପ୍ରଧାନ ଉପସ୍ଥିତ ରହି ଫକୀର ମୋହନ ସେନାପତି ଓ କବିସୂର୍ଯ୍ୟଙ୍କ ସାହିତ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କ ସନ୍ଦେହ ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉଭୟ ମହାବିଦ୍ୟାଳୟର ୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ କେଶପୁର ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୂଖ୍ୟ ଅଧ୍ୟାପକ ଅଶୋକ କୁମାର ପଲେଇ ସଂଯୋଜନା କରିଥିଲେ।