ମହିଳାଙ୍କ ଆତ୍ମହତ୍ୟା ; ପାରିବାରିକ କଳହ ସନ୍ଦେହ

73

ବେଲଗୁଣ୍ଠା,୩୦/୧୨, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତର ବିଞ୍ଚଣା ଗ୍ରାମରେ ଜଣେ ମହିଳା ଦେହରେ କିରୋସିନ୍ ଢାଳି ହୋଇ ପୋଡ଼ି ହୋଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ଓ ସୂଚନା ପ୍ରକାରେ ବିଞ୍ଚଣା ଗ୍ରାମର ନାରାୟଣ ଗୌଡ଼ଙ୍କ ସ୍ତ୍ରୀ ଉଷାରାଣୀ ଗୌଡ଼(୨୭) ଗତ ୨୩ ତାରିଖରେ କୌଣସୀ କାରଣରୁ ନିଜ ଦେହରେ କିରୋସିନ୍ ଢାଳି ହୋଇ ନିଆଁ ଲଗାଇଦେଇଥିଲେ ଓ ଫଳରେ ଉଷାରାଣୀ ପୋଡ଼ିଯାଇ ଗୁରୁତର ହୋଇପଡ଼ିଥିଲେ ଓ ପରିବାର ଲୋକେ ପ୍ରଥମେ ଉଷାରାଣୀଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଓ ପରେ ସେଠାରୁ ବ୍ରହ୍ମପୁର ଏବଂ ବ୍ରହ୍ମପୁରରୁ କଟକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ଓ କଟକରୁ ଗତକାଲି ଉଷାରାଣୀଙ୍କୁ ବିଞ୍ଚଣା ସ୍ଥିତ ଘରକୁ ଫେରାଇ ଅଣାଯାଇଥିଲା ଓ କିନ୍ତୁ ପୁଣି ତାଙ୍କ ସ୍ୱାସ୍ଥ୍ୟରେ ସମସ୍ୟା ସୃଷ୍ଟି ହେବାରୁ ତାଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା ଓ ଉଷାରାଣୀଙ୍କ ମୃତ୍ୟୁ ଘଟିଥିଲା ଓ ଘଟଣା ସମ୍ପର୍କରେ ଗାଙ୍ଗପୁର ପୋଲିସ୍ ଖବର ପାଇ ଉଷାରାଣୀଙ୍କ ଶବକୁ ଜବତ କରିବା ସହ ଭଞ୍ଜନଗର ମେଡ଼ିକାଲ୍ ରେ ଶବ ବ୍ୟବଚ୍ଛେଦ କରାଉଥିଲା ଓ ଏନେଇ ପୋଲିସ୍ ୨୮/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଏସ୍ଆଇ ସୁକାନ୍ତ ପ୍ରଧାନ ଘଟଣାର ତଦନ୍ତ କରୁଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି ଓ ଆତ୍ମହତ୍ୟାର କାରଣ ସ୍ପଷ୍ଟ ଜଣାପଡ଼ିନଥିଲେ ପାରିବାରିକ କଳହରୁ ଉଷାରାଣୀ ଆତ୍ମହତ୍ୟା କରିଥିବା ପୋଲିସ୍ ସନ୍ଦେହ କରୁଛି |