ପିପୁଲ୍ସ କଲଚରାଲ ସେଣ୍ଟର ଓ କୋଆଲିସନ ଫର ଟାବାକୋ ଫ୍ରି ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା ଶିବିର

17

ଆସିକା ୩୦/୧୨- ପିପୁଲ୍ସ କଲଚରାଲ ସେଣ୍ଟର ଓ କୋଆଲିସନ ଫର ଟାବାକୋ ଫ୍ରି ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ସଚେତନତା ଶିବିର ଆସିକା ବ୍ଲକ ନଳବଣ୍ଟା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ (ପିକକ ) ସ୍ବେଛାସେବୀ ସଂଗଠନ ସମ୍ପାଦକ ରଞ୍ଜନ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ପ୍ରଦୀପ ପ୍ରଜ୍ବଳନ କରି ଶିବିର ଆରମ୍ଭ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଏ.ଡ଼ି.ପି.ଏଚ.ଓ ଡ଼ ହରମୋହନ ପଣ୍ଡା,ଆସିକା ବିଜ୍ଞାପିତ ଅଞ୍ଚଳ ଅଧକ୍ଷା ବିନେତା ସ୍ୱାଇଁ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ,ଜିଲ୍ଲା ପରିଷଦ ସଭ୍ୟ ବି. ମନୋଜ କୁମାର ଦୋରା, ପିକକର କାର୍ୟ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି,ନଳବଣ୍ଟା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନ ସମିତି ସଭ୍ୟ କିରଣ କୁମାର ଭୂୟାଁ ପ୍ରମୁଖ ଉପସ୍ଥିତ ରହିଥିଲେ.ଏହି ଶିବିରରେ ଆଜିକାର ଯୁବ ପିଢ଼ି ଙ୍କୁ କିପରି ନିଶା ଯଥା ମଦ, ସିଗାରେଟ, ବିଡି, ଗୁଟଖା, ଚରସ, ଗଞ୍ଜେଉ ଓ ବହୁ ନିଶାଦ୍ରବ୍ୟ କବଳରୁ ମୁକୁଳାଇବା ସେ ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା.ଏହି ନିଶା କବଳରୁ ଘରର ମୁରବି ତଥା ମହିଳା ମାନଙ୍କ ଭୂମିକା ଉପରେ ଆଲୋକପାତ କରାଯାଇଥିଲା.ନିଶା କବଳରୁ କିପରି ଆଜିକାଲିର ମହିଳା, ଛୋଟ ଛୁଆଙ୍କୁ ଦୁରେଇ ରଖିବା ସେ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା. ପ୍ରକାଶ ଥାଉକି ଗ୍ଲୋବାଲ ଆଡ଼ଲ୍ଟ ତମାଖୁ ସର୍ଭେ ଅନୁଯାଇ ଭାରତୀୟ ମହିଳା ମାନଙ୍କ ମଧ୍ୟରେ ତମାଖୁ ଓ ଧ୍ରୁମାପାନ ସେବନ ସାଧାରଣ ହୋଇଗଲାଣି.ଏପରିକି ଯେଉଁମାନେ ଧ୍ରୁମାପନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶ ରେ ଆସୁଛନ୍ତି. ସେମାନଙ୍କୁ ମଧ୍ୟ ଫୁସଫୁସ ଓ କର୍କଟ ଆଦି ହେବାର ନଜିର ରହିଥିବା ପିକକ ରେ ସଭ୍ୟ ମାନେ ସ୍ପଷ୍ଟୀକରଣ ଦେଇଥିଲେ. ଏହି ଶିବିରରେ ପ୍ରାୟ ୫୦୦ରୁ ଅଧିକ ମହିଳା ଓ ପୁରୁଷ ଙ୍କ ସମେତ ପିଇଓ ଦୀପାଞ୍ଜଳି ପ୍ରଧାନ,ଜେ.ଇ. ଶୁଭଶ୍ରୀ ପାତ୍ର,ଯୋଗାଣସହାୟକ ସମୀର ପ୍ରଧାନ,ଗୋବିନ୍ଦ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ |