Saturday, October 10, 2026
Home ଆଞ୍ଚଳିକ ଗଣ୍ଡିବେଡ଼-ଔପଦା ଏବଂ ଧୋବାଗଢିଆପରାଣୀତାଲ ରାସ୍ତା କାର୍ୟ୍ୟ ନିମ୍ନମାନର ହେଉଥିବା ଅଭିଯୋଗ

ଗଣ୍ଡିବେଡ଼-ଔପଦା ଏବଂ ଧୋବାଗଢିଆପରାଣୀତାଲ ରାସ୍ତା କାର୍ୟ୍ୟ ନିମ୍ନମାନର ହେଉଥିବା ଅଭିଯୋଗ

51

ବାଲେଶ୍ୱର,୨୯/୧୨ : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ ଗଣ୍ଡିବେଡ଼ ଉପଖଣ୍ଡ ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ଗଣ୍ଡିବେଡ଼-ଔପଦା ଏବଂ ଧୋବାଗଢିଆ-ରାଣୀତାଲ ଦୁଇଟି ରାସ୍ତାର କାର୍ୟ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।ଗଣ୍ଡିବେଡ଼-ଔପଦା ୬କିଲୋମିଟର ରାସ୍ତାର ପ୍ରସ୍ୱସ୍ତିକରଣ ପାଇଁ ପାଖାପାଖି ୧୨କୋଟି ଟଙ୍କା ମଞ୍ଜୁର ହୋଇଥିଲା।ଏହାର ଏବେ କାର୍ୟ୍ୟ ଚାଲିଥିବା ବେଳେ କାର୍ୟ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି।ଏହାର ଏଷ୍ଟିମେଣ୍ଟ ଅନୁଯାଇ କାର୍ୟ୍ୟ କରାଯିବା ବଦଳରେ ବେପାରୁଆ କାର୍ୟ୍ୟ ହେଉଥିବା ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଏବେ କଲଭର୍ଟ ଓ ପୋଲକାମ ଚାଲିଥିବା ବେଳେ ଠିକଭାବେ ଡାଇଭର୍ସନ ନିର୍ମାଣ କରାଯାଇନଥିବାରୁ ଗାଡ଼ି ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି।ବ୍ୟବହୃତ କଞ୍ଚାମାଲ ନିମ୍ନମାନର ହୋଇଥିବାରୁ କଲଭର୍ଟ ସ୍ଥାଇତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଅନ୍ୟପଟେ ୫ମାସ ହେବ କାର୍ୟ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ଫଳକ ମରାଯାଇ ନାହିଁ ଠିକ ସେହିପରି ଧୋବାଗଢିଆ-ରାଣୀତାଲ ରାସ୍ତା କାର୍ୟ୍ୟ ନିମ୍ନମାନର ହେବା ସହିତ ବେପାରୁଆ ଭାବେ କାର୍ୟ୍ୟ ହେଉଥିବାରୁ ପୂର୍ବରୁ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ଅନ୍ୟପଟେ ଢଳାଇ ଚାଲିଥିବାବେଳେ କୌଣସି ବିଭାଗୀୟ ଯନ୍ତ୍ରୀ ରାହୁନଥିବା ବେଳେ ମିସ୍ତ୍ରୀମାନେ ମନଇଚ୍ଛା କାର୍ୟ୍ୟ କରୁଥିବା ଅଭିଯୋଗ ହୋଇଛି।ଉକ୍ତ ରାସ୍ତାର ଠିକାଦାର ଏବଂ ବିଭାଗର ଯନ୍ତ୍ରୀଙ୍କ ସହିତ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ନିମ୍ନମାନର କାର୍ୟ୍ୟ ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଆଗାମୀ ଦିନରେ ଏହାର ତଦନ୍ତ କରି ଉକ୍ତ ଠିକାଦାର ଏବଂ ଗଣ୍ଡିବେଡ଼ ଉପଖଣ୍ଡ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ନରେଶ ଚନ୍ଦ୍ର ସିଂ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବିକରିବା ସହିତ କାର୍ୟ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେବୋଲି ଚେତାବନୀ ଦେଇଛନ୍ତି।ଏ ନେଇ ସହକାରୀ ଯନ୍ତ୍ରୀ ନରେଶ କୁମାର ସିଂଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟା ଦେବାକୁ ରୋକଠୋକ ମନାକରିଥିଲେ।