ବିଶ୍ବକପ୍ ପାରଳାଖେମୁଣ୍ଡିରେ ପହଁଞ୍ଚିବା ପରେ ଭବ୍ୟ ସ୍ବାଗତ

42

ଗଜପତି,୨୯/୧୨ : ହକି ବିଶ୍ବକପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି । ତେବେ ବର୍ତ୍ତମାନ ହକିର ପ୍ରଚାର ପାଇଁ ଏହି ବିଶ୍ବ କପକୁ ସାରା ଓଡିଶା ଭ୍ରମଣ କରାଯାଉଛି । ଗୁରୁବାର ସନ୍ଧ୍ୟାରେ ବିଶ୍ବକପ୍ ପାରଳାଖେମୁଣ୍ଡିରେ ପହଁଞ୍ଚିବା ପରେ ଭବ୍ୟ ସ୍ବାଗତ କରାଯାଇଥିଲା । ସ୍ଥାନୀୟ ଫରେଷ୍ଟ ଗେଟ ଛକରେ ବିଶ୍ବ କପକୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏବଂ ଏସପି ଏସ.ସ୍ବାତୀ କୁମାର ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହାପରେ ବିରାଟ ପଟୁଆରରେ ସ୍ଥାନୀୟ ଷ୍ଟାଡିୟମକୁ ଅଣାଯାଇ ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହାପରେ ସହର ପରିକ୍ରମା କରାଯାଇ ପରେ ଗୁଣପୁର ଅଭିମୁଖେ ଏହା ବାହାରି ଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ନିର୍ବ।ଚିତ ଜନ ପ୍ରତିନୀଧି, ବରିଷ୍ଠ ନାଗରିକ,ବିଭିନ୍ନ ସାଂସ୍କୃତିକ ଓ କ୍ରୀଡା ସଂଗଠନ ଆଦି ସାମିଲ ହୋଇଥିଲେ ।