
ବେଲଗୁଣ୍ଠା, ୨୯/୧୨: ବେଲଗୁଣ୍ଠା ସ୍ଥିତ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷ ଡ. ଗୁରୁମୂର୍ତ୍ତୀ ନାୟକଙ୍କ ସଭାପତିତ୍ୱରେ ଜାତୀୟ ସେବା ଯୋଜନାର ସ୍ଵତନ୍ତ୍ର ଶୀତକାଳୀନ ସେବା ଶିବିର ଉଦଯାପିତ ହୋଇଯାଇଛି ଓ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ତଥା ତନରଡ଼ା ପଂଚାୟତର ସରପଞ୍ଚ ପ୍ରତିନିଧି ଅନୀଲ୍ କୁମାର ପାଠୀ,ମୁଖ୍ୟ ବକ୍ତା ଭାବେ ପାଇଲିପଡ଼ା ସରପଞ୍ଚ ଜୟରାମ ନାୟକ ଏବଂ ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ଆଶୋକ କୁମାର ସ୍ୱାଇଁ, ଗଣମାଧ୍ୟମ ପ୍ରତିନିଧି ଶିବରାମ ଚୌଧୂରୀ ପ୍ରମୁଖ ଉପସ୍ଥିତ ରହି ଜାତୀୟ ସେବା ଯୋଜନା କାର୍ୟ୍ୟକ୍ରମ ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ସ୍ଵେଚ୍ଛାସେବୀଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ସାତ ଦିନ ଧରି ଚାଲିଥିବା ଏହି କାର୍ୟ୍ୟକ୍ରମରେ ପୋଷ୍ୟ ଗ୍ରାମ ସୋଡଙ୍ଗାଇ,ଠେଙ୍ଗାଧାର,ମନ୍ଦାର ଏବଂ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳରେ ସଚେତନତା ସଭା, ପଥପ୍ରାନ୍ତ ନାଟକ ସହ ସଫେଇ କାର୍ୟ୍ୟକ୍ରମ ହୋଇଥିଲା ଓ ଏହି ଶିବିରରେ ୫୦ ଜଣ ସ୍ଵେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ ଓ ଏହି ଅବସରରେ କାର୍ୟ୍ୟକ୍ରମ ଅଧିକାରୀ ଅଧ୍ୟାପକ ସପନ କୁମାର ପ୍ରଧାନ ପ୍ରାରମ୍ଭିକ ଅଭିଭାଷଣ ଏବଂ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ସମସ୍ତ ୫୦ ଜଣ ସ୍ଵେଚ୍ଛାସେବୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା ଓ



