Wednesday, October 14, 2026
Home ଆଞ୍ଚଳିକ ଅନୁଷ୍ଠିତ ହୋଇସାରିଛି ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର

ଅନୁଷ୍ଠିତ ହୋଇସାରିଛି ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର

15

ଆସିକା (ଜିଲ୍ଲା ଖବର) : ଝଗଡାଇର ବିଂଶତମ ବାର୍ଷିକ ଉତ୍ସବ ସହ ବିବେକାନନ୍ଦ ଜୟନ୍ତୀ।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଆସିକା ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ବାଇଁ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ବିଜେଡି ନେତା ଶ୍ରୀ ସୂର୍ଯ୍ୟକାନ୍ତ ପରିଡା,ସମ୍ମାନୀତ ଅତିଥି ରୂପେ ଏସ ଡି ପି ଓ ଶ୍ରୀ ସୂର୍ଯ୍ୟମଣି ପ୍ରଧାନ, ଏବିଇଓ ଶ୍ରୀ ଭାଗୀରଥି ପାତ୍ର ସମେତ ବିଦ୍ୟାଳୟ ପରିଚାଳନା ସଭାପତି ଏବଂ ସମସ୍ତ କମିଟି ବୃନ୍ଦ ଉପସ୍ଥିତ ଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ପ୍ରଧାନ ଗୁରୁଜୀ ଶ୍ରୀ ରାଜେନ୍ଦ୍ର କୁମାର ମୁନୀ ଏବଂ ମଞ୍ଚ ପରିଚାଳନା କରିଥିଲେ ଅନୁଷ୍ଠାନର ଗୁରୁଜୀ ଗୋପାଳ ବେହେରା। ଛାତ୍ରଛାତ୍ରୀ ମାନେ ଉକ୍ତ ଉତ୍ସବ ଅବସରରେ ବିଭିନ୍ନ ନୃତ୍ୟ ଗୀତ ପରିବେଷଣ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।ପରିଶେଷରେ ଅନୁଷ୍ଠାନର ଛାତ୍ରୀଛାତ୍ରୀ ମାନଙ୍କୁ ନେଇ ସପନ ମିଶ୍ରଙ୍କ ବଳିଷ୍ଠ ନିର୍ଦ୍ଦେଶନାରେ ପରିବେଷିତ ହୋଇଥିଲା ନାଟକ ‘ରାଖିଦେଇଗଲା ଆଖିରେ ଲୁହ’। ଏବଂ ଉକ୍ତ ଉତ୍ସବରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।