ଜନନାୟକ ପୁରୁଷ ସ୍ବର୍ଗତ ପ୍ରସନ୍ନ ପଣ୍ଡା ଙ୍କ ୨୫ ତମ ଶ୍ରାଦ୍ଧ ଦିବସ । ପ୍ରସନ୍ନ ପଣ୍ଡା ଙ୍କୁ ଭାରତ ରତ୍ନ ଦାବି

41

ଝାରସୁଗୁଡ଼ା,26\12 : ଝାରସୁଗୁଡ଼ାଜିଲ୍ଲା ଅନ୍ତର୍ଗତ ଆଢ଼ାପଡ଼ା ଗ୍ରାମରେ ଜନନାୟକ ସ୍ବର୍ଗତ ପ୍ରସନ୍ନ ପଣ୍ଡା ଙ୍କ ୨୫ ତମ ଜୟନ୍ତି ପାଳିନ ହୋଇଯାଇଛି, । ପ୍ରଶନ୍ନ ପଣ୍ଡା ଯିଏକି ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରୁ ଛଅ ଥର ଓ ଝାରସୁଗୁଡ଼ା ରୁ ଥରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ଆଜି ସେହି ଜନନାୟକ ଙ୍କ ବାସସ୍ଥାନ ଆଢ଼ାପଡ଼ା ଗ୍ରାମରେ ସ୍ଥାନୀୟ ଅଞ୍ଚଳ ର ଶତାଧିକ ଲୋକଙ୍କୁ ନେଇ ତାଙ୍କ ତାଙ୍କ ଶ୍ରାଦ୍ଧ ଦିବସ ପାଳନ କରାଯାଇ ଥିଲା । ଏହି କାର୍ଯ୍ୟକ୍ରମ ରେ ପ୍ରସନ୍ନ ପଣ୍ଡା ସ୍ମୃତି କମିଟି ର ସଭାପତି ନରେନ୍ଦ୍ର କୁମାର ପଣ୍ଡା, ରାଜ୍ୟ ସମ୍ପାଦକ ଅଭୟ ସାହୁ, ସହ ସମ୍ପାଦକ କ୍ଷୀରୋଦ ସିଂହ ଦେଓ, ରମେଶ ତ୍ରିପାଠୀ, ଗୌର କାଲୋ, ଗୁଣ ପ୍ରଧାନ, ସୁରେଶ ବାରିକ, ଦୁଟିୟ ଖର୍ସେଲ,ମଇନା ଧୁରୁଆ, ମମତା ସିଂହ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଅନେକ କର୍ମ କର୍ତ୍ତା ଉପସ୍ଥିତ ରହି ଜନନାୟକ ସ୍ବର୍ଗତ ପ୍ରସନ୍ନ ପଣ୍ଡା ଙ୍କୁ ଭାରତ ରତ୍ନ ଦାବି ପାଇଁ ପ୍ରସ୍ତାବ ରଖିଥିଲେ ।