ବଡମ୍ବା ନରସିଂହପୁରରେ ବିଜେପିର ସତ୍ୟାଗ୍ରହ ଓ ଧାରଣା

42

ବଡମ୍ବା,26/12: କଟକ ଜିଲ୍ଲା ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ବଡମ୍ବା ତହସିଲ ଅଫିସ ସମ୍ମୁଖରେ ଆଜି ବଡମ୍ବା-ନରସିଂହପୁର ବିଜେପି ଦଳ ପକ୍ଷରୁ ଧାରଣା ଓ ସତ୍ୟାଗ୍ରହ କରାଯାଇଛି। ବଡମ୍ବା ଗାନ୍ଧୀ ଛକ ନିକଟରେ ସମସ୍ତେ ଏକତ୍ରିତ ହୋଇ ବିଜେଡି ସରକାର ବିରୋଧ ରେ ବିଭିନ୍ନ ନାରା ଦେଇଛନ୍ତି । 23 ବର୍ଷର ବିଜେଡି ଶାସନରେ ବିଜେଡି ନେତା ମାନେ ଗୋଟେ ପରେ ଗୋଟେ ଅପରାଧ କରୁଥିଲେ ମଧ୍ୟ ନବୀନ ସରକାର ତାଙ୍କ ନେତା ମାନଙ୍କୁ ଘଣ୍ଟ ଗଡ଼ଉଥିବା କହିଛନ୍ତି I ସେହିପରି ରାଜ୍ୟ ସରକାର ସବୁ ସ୍ୱଚ୍ଛ ଶାଶନ ହେଉଛି ବୋଲି କହୁଥିବା ବେଳେ ସବୁ କ୍ଷେତ୍ରରେ ରାଜ୍ୟ ସରକାର ଦୁର୍ନୀତି କରୁଥିବା ସ୍ପଷ୍ଟ ପ୍ରମାଣିତ ହେଉଛି l ଏହି ଅବସରରେ ବଡମ୍ବା ନରସିଂହପୁର ର ବିଜେପି ବିଧାୟକ ପାର୍ଥି ବିଜୟ କୁମାର ଦଳ ବେହେରା, ବିଜେପି ନେତା ବିଭୁଦତ୍ତ ପଟ୍ଟନାୟକ, ଯୋନ ସଭାପତି ସନ୍ତୋଷ ବେହେରା,ସରୋଜ ବେଉରା, କଟକ ଜିଲ୍ଲା ବିଜେପିର ଉପ ସଭାପତି ପସନ୍ନ ମହାନ୍ତି ଙ୍କ ସମେତ ବ୍ଲକ ର ସମସ୍ତ ବିଜେପି କର୍ମୀ ଉପସ୍ଥିତ ଥିଲେ।

ବିଜେଡିର ପ୍ରତିଷ୍ଠା ଦିବସ ପାଳନକୁ କାଉଣ୍ଟର ପାଇଁ ବିଜେପିର ରାଜ୍ୟବ୍ୟାପୀ ସତ୍ୟାଗ୍ରହ। ଜଘନ୍ୟ ହତ୍ୟାକାଣ୍ଡ, ଶିଶୁ ଅପହରଣ, ବିଭିନ୍ନ ଅପରାଧରେ ପାୱାରଫୁଲ୍ ବିଜେଡି ନେତାଙ୍କ ସଂପୃକ୍ତି ଅଭିଯୋଗ ଆସୁଥିବା ବେଳେ ପୋଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗରେ ଆନ୍ଦୋଳନକୁ ଓହ୍ଲାଇଛି ଦଳ । ରାଜ୍ୟରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ନାରୀ ହିଂସା ଓ ନିର୍ଯାତନାକୁ ବିରୋଧ କରି ବିକ୍ଷୋକ୍ଷ କରିବେ ବିଜେପି ନେତା ଓ କର୍ମୀ ।