ଶୀତ କାଳୀନ ସେବା ଶିବୀର ଉଦଯାପିତ

117

ଗୁଣପୁର,26/12 : ଗୁଣପୁର ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ର ଶାଖା ନଂ ୧ ଓ ୨ ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଥିବା ୭ ଦିନିଆ ଶୀତକାଳୀନ ସ୍ଵତନ୍ତ୍ର ସେବା ଶିବୀରବ ର ଆଜି ଉଦଯାପିତ 6ହାଇଯାଇଛି । ଏହି ଉଦଯାପନ ଉତ୍ସବ ରେ ମୁଖ୍ୟ ଅତିଥି ରୁପେ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ମୋହନ ଚନ୍ଦ୍ର ସାହୁ ଓ ଗୁଣପୁର ମୁନିସିପାଲଟିର ଅଧ୍ୟକ୍ଷ। ଶ୍ରୀମତୀ ମମତା ଗୌଡ ଯୋଗଦେଇ ସ୍ଵେଚ୍ଛାସେବି ମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ସ୍ଵେଛାସେବି ମାନଙ୍କ ଦ୍ଵାରା ଏନଏସଏସ ଗୀତ ସମୂହ ଭାବେ ଗାନ କରଯାଇଥିଲା । କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅମିୟ ରଞ୍ଜନ ମହାନ୍ତି ଓ ଅଧ୍ୟାପିକା ଦେବିଶ୍ରୀ ମହାପାତ୍ର ବିବରଣୀ ପାଠ କରିଥିଲେ । ସ୍ୱେଚ୍ଛ।ସେବୀ ମାନଙ୍କ ଦ୍ଵାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିଣ କରଯାଇଥିଲା ଶେଷ ଦିନରେ ସ୍ଵେଚ୍ଛା ସେବି ମାନଙ୍କ ଦ୍ଵାରା ଏକ ରକ୍ତ ଦାନ ଶିବିର ଅନୁଷ୍ଟିତ ହୋଇଥିଲା । ସେଥିରେ ୧୭ ୟୂନିଟ ବିଭିନ୍ନ ବର୍ଗ ର ରକ୍ତ ସଂଗ୍ରହ କରାଯାଇ ସ୍ଥାନୀୟ ବ୍ଲଡବ୍ୟାଙ୍କ କୁ ଦାନ କରଯାଇଥିଲା । ସ୍ଵେଚ୍ଛାସେବୀ ମାନଙ୍କ ଦ୍ଵାରା ଏହି ସାତ ଦିନ ରେ ସ୍ୱାସ୍ଥ୍ୟ ସେବା,ବାଲ୍ୟବିବାହ ପ୍ରତିରୋଧ, ଗ୍ରାମସଫେଇ,କମ୍ପୋଷ୍ଟ ତିଆରି କରିବା , ଔଷଧ ଉଦ୍ୟାନ ଓ ସଚେତନତା ପଦଯାତ୍ରା କରିବା ସହ ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ପ୍ରାଧ୍ୟାପକ ଶ୍ରୀଯୁକ୍ତ ଶଶିଭୂଷଣ ମହାନ୍ତି ଉପସ୍ଥିତ ରହି ସ୍ଵେଚ୍ଛାସେବି ମାନଙ୍କୁ ମାର୍ଗ ଦର୍ଶନ କରାଇଥିଲେ ମହାବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପଣ୍ଡା ଙ୍କ ପୁରୋହିତ ରେ ଅନୁଷ୍ଟିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ଗାୟତ୍ରୀ ନିଷିତା,ମୋନଜ ସଂଯୋଜନା କରିଥିଲେ । ପରିଶେଷ ରେ କାର୍ଯ୍ୟକ୍ରମ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଗୋବିନ୍ଦ,ଉମା,ବିନୋଦ,ଅମୃତା,ଆରତୀ,ରୀତିକ ସଂଘମିତ୍ର । ସଂଜୁ । ସୁଚିତ୍ର । ମାନସ ।,ମାନସି,ଲୀପି,ସାରଦା,ଗାୟତ୍ରୀ,ଉମେଶ,ଦେବୀ,ଗlର୍ଗି ଅନ୍ୟାନ୍ୟ ସ୍ୱେଚ୍ଛାସେବି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।