ନିଖିଳ ଉତ୍କଳ ଶାକାହାରୀ ରଙ୍ଗଣି ସମାଜ ଧରାକୋଟ ଜୋନ ର ନୂତନ କର୍ମକର୍ତ୍ତା ଚୟନ

44

ଧରାକୋଟ,25/12: ଧରାକୋଟ ଜୋନ(ମୁଣ୍ଡମରାଇ,) ଶାକାହାରୀ ରଙ୍ଗଣି ସମାଜ ର ନୂତନ କର୍ମକର୍ତ୍ତା ଚୟନ ପାଇଁ ଏକ ବୈଠକ ସଭାପତି ଶ୍ରୀ ରଞ୍ଜନ କୁମାର ସାହୁ ଙ୍କ ଦ୍ଵାରା ଶ୍ରୀ ଶ୍ରୀ ଗଙ୍ଗା ଧରେଶ୍ୱର ଙ୍କ ପୀଠରେ ଆହ୍ବାନ କରାଯାଇ ଥିଲା। ସେଥିରେ ଉପଦେଷ୍ଟା ଶ୍ରୀ କବିରାଜ ସାହୁ ଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଶ୍ରୀ ବିଶ୍ଵନାଥ ସାହୁ ଙ୍କ ଦ୍ଵାରା ମଙ୍ଗଳ ଶ୍ଳୋକ ଗାନ କରାଯାଇଥିଲା। ଉପସଭାପତି ଶ୍ରୀ ଉତ୍ତମ କୁମାର ସାହୁ ଙ୍କ ଦ୍ଵାରା ସଭା ମଞ୍ଚ ପରିଚାଳନା କରାଯାଇ,ଉପଦେଷ୍ଟା ମାନଙ୍କ ମାର୍ଗଦର୍ଶନ ଲୋଡା ଯାଇଥିଲା।ଶ୍ରୀ ଉଦୟନାଥ ସାହୁ ଏବଂ କୈଳାଶ ଚନ୍ଦ୍ର ସାହୁ ନିଜର ମନ୍ତବ୍ୟ ପ୍ରକାଶ କରିଥିଲେ। କୁଳ ସମାଜ ର ଆବଶ୍ୟକତା ଉପରେ ସଭାପତି ଆଲୋକପାତ କରିବା ପରେ,ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରୀୟା ଆରମ୍ଭ ହୋଇ ଥିଲା।
ଶେଷରେ ସର୍ବସମ୍ମତି କ୍ରମେ ଶ୍ରୀ ରଞ୍ଜନ କୁମାର ସାହୁ ଙ୍କୁ ସଭାପତି
ସୂର୍ଯ୍ୟ ନାରାୟଣ ସାହୁ ଙ୍କୁ ଉପସଭାପତି
ମୁରଲୀ ସାହୁ ଙ୍କୁ କାର୍ଯ୍ୟକାରୀ ସଭାପତି
ଶ୍ରୀ ଉତ୍ତମ କୁମାର ସାହୁ ଙ୍କୁ ସମ୍ପାଦକ
ତାରିଣୀ ସାହୁଙ୍କୁ ସହ ସମ୍ପାଦକ
ଜିତେନ୍ଦ୍ର କୁମାର ସାହୁ ଙ୍କୁ।କୋଷାଧ୍ୟକ୍ଷ
ଉପେନ୍ଦ୍ର କୁମାର ସାହୁ ଏବଂ ମୁକୁନ୍ଦ ଦାସ ଙ୍କୁ ବ୍ୟବସ୍ଥା ପ୍ରମୁଖ ରୂପେ ଚୟନ କରାଯାଇଥିଲା।
ଏହାପରେ ସମାଜ ର ମଙ୍ଗଳ ପାଇଁ ସଂସ୍କାର ଶିକ୍ଷା ଉପରେ ଆଲୋଚନା କରି ସଭା ସାଙ୍ଗ କରାଯାଇଥିଲା।ଏଥିରେ ଧରାକୋଟ ଜୋନ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।