
.
ଧରାକୋଟ,୨୫/୧୨ : ଆଜି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଧରାକୋଟ ବ୍ଳକ ଧରାକୋଟ ମଣ୍ଡଳ ତରଫରୁ ଢଉଗାଁ ଗ୍ରାମପଞ୍ଚାୟତ ଦାନଗାଁ ବିଶ୍ବନାଥ ଶିବ ମନ୍ଦିର ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଶ୍ରୀ ଯୁକ୍ତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ପାଳନ କରାଯାଇଛି । ଭାରତରତ୍ନ ତଥା ରାଷ୍ଟ୍ର ନାୟକ ବାଜପେୟୀ ଙ୍କ ପରମାଣୁ ପରୀକ୍ଷଣ ,ପାକିସ୍ତାନ ସହ ମିତ୍ରତା ସର୍ବୋପରି ଦେଶାତ୍ମକ ବୋଧକ ଚିନ୍ତାଧାରାର ମହାନ ଗୁଣା ବଳୀ ଉପରେ ଆଲୋଚନା ହୋଇଥିଲା । ଏହି ଦିବସ କୁ ସୁଶାସନ ଦିବସ ରୂପେ ପାଳନ କରିବା ପାଇଁ ମଣ୍ଡଳ ସଭାପତି ୟୁ. ପାପା ରାଓ ସମସ୍ତଙ୍କୁ ଆହ୍ବାନ କରିଥିଲେ ଏହି ବୈଠକରେ ଧରାକୋଟ ମଣ୍ଡଳ ସଭାପତି ୟୁ.ପାପା ରାଓ,ମୁନା ପ୍ରଧାନ, ପ୍ରଭାକର ପ୍ରଧାନ, ମିଥୁନ୍ ପ୍ରଧାନ, ସରୋଜ ସ୍ବାଇଁ, ଜିତେନ୍ଦ୍ର ବିଶୋଇ, ଅନିଲ ମହାରଣା, ଜଗନ୍ନାଥ ପରିଡା, କୁନା ପାତ୍ର, ଟୁନା ପ୍ରଧାନ ସମସ୍ତ କାର୍ୟ୍ୟ କର୍ତା ଉପସ୍ଥିତ ଥିଲେ



