ଧଳା ଜହର ବେପାରିକୁ କାବୁ କଲା ଅବକାରି ବିଭାଗ। ଇଣ୍ଡିଗୋ କାର ସହ ଜଣେ ବେପାରି ଗିରଫ। ଦେବଗଡରୁ କାମାକ୍ଷାନଗର ଅସୁଥିଲା ବେଳେ ଅନୁଗୁଳ ଅବକାରି ଢେଙ୍କାନଳ ପିତିରି ଛକରୁ କିବୁକଲା। ଢେଙ୍କାନଳ ଅବକାରିର ଅପାରଗତା ପଦାକୁ ପଡିଲା।

33

କାମାକ୍ଷାନଗର-୨୪/୧୨-ଅନୁଗୁଳ ଅବକାରିକୁ ବଡ ସଫଳତା। ୨୭୦ ଗ୍ରାମ୍ ଧଳାଜହର ସହ ଏକ ଇଣ୍ଡିଗୋ କାର ଓଜଣେ ବେପାରି ଗିରଫ। ଜବତ ଧଳାଜହରର ଆନୁମାନିକ ମୁଲ୍ୟ ୨୭ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି। ଗିରଫ ବେପାରି ହେଲେ ଅନୁଗୁଳ ଜିଲ୍ଲା ତାଳଚେର ଗୋବରା ଗ୍ରାମର ଶିବାନନ୍ଦ ବେହେରା(୨୬)। ସେ କାମାକ୍ଷାନଗର ସ୍ଥିତ ବାଇସିଙ୍ଗା ଗ୍ରାମରେ ବିବାହ କରି ଜିରିଡାମାଳି ଠାରେ ଘରଭଡା ନେଇ ରହି ବେପାର ଚଳାଇ ଆସୁଥିଲେ। ସୁଚନା ଥାଉକି ଶୀବାନନ୍ଦ ଓ ତାଙ୍କ ସହଯୋଗି ଗତ କାଲି ୨୩ ତାରିଖ ଶୁକ୍ରବାର ସନ୍ଧ୍ୟା ସମୟରେ ଇଣ୍ଡିଗୋ କିର ଯୋଗେ ଦେବଗଡରୁ ଧଳାଜହର ନେଇ କାମାକ୍ଷାନଗର ଫେରୁଥିବାବେଳେ ଅନୁଗୁଳ ଅବକାରି ପୋଲିସ ପିଛାକରି ଢେଙ୍କାନଳ ଜିଲ୍ଲାର ପିତିରି ଛକନିକଟରେ କିରଚିକୁ ଅଟକ ରଖିଥିଲେ। ଶିବାନନ୍ଦକୁ କିବୁକରି ନେଇଥିବାବେଳେ ତା ସହଯୋଗି ଖସିପଳାଇଥିଲା। ତେବେ ଅନୁଗୁଳ ଅବକାରି ଶିବାନନ୍ଦକୁ ପଚାରିବାରୁ ସେ ଦେବଗଡରୁ ଧଳାଜହର ଆଣି କାମାକ୍ଷାନଗର ସହର ଓ ତା ଆଖପାଖ ଅଞ୍ଚଳରେ ଦିର୍ଘଦିନ ହେବ ବେପାର ଚଳାଇ ଆସିଥିବା ଜଣାପଡିଛି। ତେଣୁ କାମାକ୍ଷାନଗରର ଅବକାରି ବିଭାଗ ପାଖରେ କିପରି ଖବର ନିଥିଲା। ଏବଂ କାମାକ୍ଷାନଗର ଅବକାରିର ଅପାରଗତା ଯୋଗୁ ଅନୁଗୁଳ ଅବକାରି ଧଳାଜହର ବେପାରିକୁ କାବୁକରିବା ଜିଲ୍ଲା ଅବକାରି ବିଭାଗର ପାରିବାପଣିଆ ପଦାରେ ପଡିଥିବା ଅଞ୍ଚଳରେ ଚର୍ଚ ହେଉଛି।