ଅନର୍ଜତୀୟ କ୍ରିକେଟ ଟୁର୍ଣ୍ଣାମେଂଟ ବଂଶଧାର କପ ଉଦ୍ଘାଟିତ

69

ଗୁଣୁପୁର,୨୪/୧୨ : ଗୁଣୁପୁର ସହରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଏକାଦଶ ବଂଶଧାରା ବସନ୍ତ ମହୋତ୍ସବ ପକ୍ଷରୁ ବଂଶଧାରା କପ୍ ତଥା ଆନ୍ତର୍ଜାତିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୪/୧୨/୨୦୨୨ ଅନୁଷ୍ଠିତ ହୋଇ ଥିଲା । ଏହି କାର୍ୟ୍ୟକ୍ରମ ଉଦ଼୍ଙଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଦୌଡ଼ ରାଣୀ ଦୂତୀ ଚାନ୍ଦ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ, ଗୁଣୁପୁର ଉପଖଣ୍ଡ ର ଜ଼ୀଲ୍ଲପାଳ ଗୁଣୁପୁର ପୌରପରିଷଦ ଅଧ୍ୟକ୍ଷା ମମତା ଗୋଡ଼, ଉପାଦକ୍ଷ ଶିବ ପ୍ରସାଦ ଗୋଡ଼ ଯୋଗଦେଇଥିଲେ। ବସନ୍ତ ମହୋତ୍ସବ ର ସଭାପତି ଅକ୍ଷୟ ଦାସ, ଆବାହକ ମିଲି ପାଢି, ଉମା ଦାଶ, ରାମ ପଣ୍ଡା ଉପସ୍ଥିତ ଥିଲେ। ଅବସରରେ ସକାଳ ୯ ଘଣ୍ଟିକା ସମୟରେ ସ୍ଥାନୀୟ ପୂରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଦକ୍ଷୀଣ କାଳି ମନ୍ଦିର ଠାରୁ ଏକ ମସାଲ୍ ଶୋଭାଯାତ୍ରା ରେ ବାହାରି ଗୁଣପୁର ମିନି ଷ୍ଟାଡ଼ିୟମ୍ ପରିସରରେ ପହଞ୍ଚି ଥିଲା।ଏହି ଶୋଭାଯାତ୍ରା ସମୟରେ ବିଭିନ୍ନ ପାରମ୍ପରିକ ବାଦ୍ୟ, ନାଚଗୀତ ର ଅସାର ଜମି ଥିଲା। ଏହି କାର୍ୟ୍ୟକ୍ରମର ଗୁଣପୁରେ ପ୍ରଥମ ଥର ପାଇଁ ଓଡିଶା ବାହାର ରାଜ୍ୟ ର ଖେଳାଳି ମନେ ଆସିଥିଲେ ଓ ଆଖାପାଖ ଅଞ୍ଚଳର ଶତାଧିକ କ୍ରୀଡା ପ୍ରେମୀ ଭାଗ ନେଇଥିଲେ। ଏହି କାର୍ୟ୍ୟକ୍ରମ ଓ ଦୂତୀ ଚାନ୍ଦ ଙ୍କୁ ଦେଖିବା ପାଇଁ ପ୍ରବଳ ଜନଗହଳି ହୋଇଥିଲା।