ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ଜାତୀୟ ଗଣିତ ଦିବସ ପାଳିତ

36


ଗୁଣୁପୁର , ୨୨/୧୨: ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁରରେ ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ବେସିକ ସାଇନ୍ସ ଆଣ୍ଡ ହୁମାନିଟସ ବିଭାଗ ଏବଂ ସ୍କୁଲ ଅଫ ସାଇନ୍ସ ପ଼କ୍ଷରୁ ‘ଜାତୀୟ ଗଣିତ ଦିବସ -୨୦୨୨” ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ପାଠ୍ୟଚକ୍ରରେ ବିଶ୍ଵ ବିଦ୍ୟାଳୟର ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଡିନ ଡ଼ଃ ଏ. ବି.ଶ୍ରୀନିବାସ ରାଓ, ଡ଼ିନ ଏକାଡେମୀକସ ଡ଼ଃ ଏ ଭି ଏନ ଏଲ ଶର୍ମା, ପରୀକ୍ଷା ନିୟନ୍ତ୍ରକ ଡ଼ଃ ପି ବିଜୟ କୁମାର , ରାମାନୁଜଙ୍କ ସମ୍ପର୍କରେ ନିଜ ନିଜ ମତ ରଖିଥିଲେ। ବେସିକ ସାଇନ୍ସ ର ବିଭାଗୀୟ ମୁଖ୍ୟ ଡ଼ଃ ଦିଲ୍ଲୀପ କୁମାର ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ପାଠ୍ୟଚକ୍ରର ଆବାହକ ଡ଼ଃ ବିପ୍ଲବ କୁମାର ରଥ ପରିଚାଳନା କରିଥିଲେ। ଵିଶ୍ଵ ବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପାଠ୍ୟଚକ୍ରରେ ଅନୁଷ୍ଠାନ ର ବିଭିନ୍ନ ବିଭାଗର ମୁଖ୍ୟ, ଡ଼ିନ, ଅଧ୍ୟାପକ, ଅଧ୍ୟାପିକା,ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଏହି ପାଠ୍ୟଚକ୍ର କୁ ଅଧ୍ୟାପିକା ଅଙ୍କିତା ସାହୁ ମଞ୍ଚପରିଚାଳନା କରିଥିଲେ। ଏହି ଅବସରରେ ଭେଲୋର ସ୍ଥିତ ଭିଆଇଟି ବିଶ୍ଵବିଦ୍ୟାଳୟର ପ୍ରଫେସର ଡ଼ଃ ବି କେ ତ୍ରିପାଠୀ ଯୋଗଦେଇ ରାମାନୁଜଙ୍କ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ପରିଶେଷରେ ଅଧ୍ୟାପକ ଏନ୍ ଜଗନ୍ନାଥମ୍ ଧନ୍ୟବାଦ ଅର୍ପଣ କରିଥିଲେ।