
ଗୁଣୁପୁର-୨୩/୧୨ : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଅଧିନସ୍ଥ କୃଷି ମହାବିଦ୍ୟାଳୟ ପକ୍ଷରୁ ଆଜି ଜାତୀୟ କୃଷକ ଦିବସ ଓ ଛତୁ ଦିବସ ଅନୁଷ୍ଠାନ ପରିସରରେ ପାଳନ କରାଯାଇଛି।ଏହି ଦିବସ ପାଳିତ ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସନ୍ତୋଷ କୁମାର ପଣ୍ଡା ଯୋଗଦେଇ ଆଜି କାଯ୍ୟକ୍ରମ କୁ ଅଧ୍ୟକ୍ଷତା କରିବା ସହ ବର୍ତ୍ତମାନ ଯୁଗରେ କୃଷକ ମାନଙ୍କର ଆର୍ଥିକ ମାନଦଣ୍ଡ କିପରି ସୁଦୃଢ଼ କରାଯାଇପାରିବ ସେ ନେଇ କହିଥିଲେ। ପ୍ରଫେସର ହର ପ୍ରସାଦ ମିଶ୍ର ମଞ୍ଚସିନ ରହି ଚାଷୀ ଭାଇ ମାନଙ୍କର ଅତୀତର ସମସ୍ୟା ଏବଂ ତାହାର ସମାଧାନ ଉପରେ ଆଲୋକପାତ କରିଥିଲେ।ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ମିଶ୍ର କୃଷକ ଭାଇ ମାନଙ୍କ ସାମାଜିକ ଓ ଆର୍ଥିକ ମାନଦଣ୍ଡ କୁ କିପରି ଉନ୍ନତିକରଣ କରାଯାଇପାରିବ ସେ ନେଇ ମତ ପୋଷଣ କରିଥିଲେ।ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରର ଗୃହ ବିଜ୍ଞାନ ବିଶେଷଜ୍ଞ ମଧୁମିତା ଷଡ଼ଙ୍ଗୀ ଯୋଗଦେଇ ରାୟଗଡା ଜିଲ୍ଲା ରେ କୃଷି ତଥା ଛତୁ ଚାଷ ର ଉନ୍ନତି କିପରି ତ୍ୱରାନ୍ୱିତ କରାଯାଇପାରିବ ସେ ନେଇ କହିଥିଲେ।ଅନୁଷ୍ଠାନର ପ୍ରଫେସର କୈଳାଶ ବିହାରୀ ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକ ସୁଶ୍ରୀ ସଂଧ୍ୟାରଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ତିନିଜଣ ଅଗ୍ରଣୀ କୃଷି ଉଦ୍ୟୋଗି ଯଥା ଖୋର୍ଦ୍ଧା ଜିଲ୍ଲାର ପ୍ରକାଶ ଚନ୍ଦ୍ର ଦାସ, ଗଞ୍ଜାମ ଜିଲ୍ଲାର ଗୋଲଡଏନ ସୁବୁଦ୍ଧି ଏବଂ ରାୟଗଡା ଜିଲ୍ଲାର ରାଜୀବ ଲୋଚନ ସାହୁଙ୍କୁ ମାନପାତ୍ର ତଥା ଉପଢୌକନ ପ୍ରଦାନ କରି ସଂମାନୀତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।





